ସଂଘବଦ୍ଧ ଭାବେ ଆକ୍ରମଣ ହେଲେ ମୁସଲିମ

ନୂଆଦିଲ୍ଲୀ:  କାନପୁରରେ ଛୋଟ ଝିଅ ଆଗରେ ନିଜର ବାପାକୁ ଆକ୍ରମଣ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡର ଆକ୍ରମଣରୁ ବାପାକୁ ରକ୍ଷା କରିବାକୁ ଛୋଟ ଝିଅର ଦୟାର ଗୁହାରି ମାଗୁଥିବା ବେଳେ ଭିିଡ ଜୟ ଶ୍ରୀ ରାମର ନାରା ଦେବା ପାଇଁ ବାଧ୍ୟ କରୁଥିଲେ । ପରେ ତାଙ୍କୁ ଏହି ଆକ୍ରମଣ ପରେ ପୋଲିସକୁ ଦେଇଥିଲେ ।
ଏହି ଘଟଣା ଘଟିଛି ୫୦୦ ମିଟର ଦୂରରେ ହେଉଥିବା ବଜରଙ୍ଗ ଦଳର କାର୍ଯକ୍ରମ ପାଶ୍ୱର୍ରେ । ଏହି ବଜରଙ୍ଗର ଦଳରେ କାର୍ଯ୍ୟକ୍ରମରେ ମୁସଲିମ ମାନେ ହିନ୍ଦୁ ଝିଅଙ୍କୁ ଧର୍ମାନ୍ତରୀଣ କରାଯାଉଥିବା ଅଭିଯୋଗ କରାଯାଇଥିଲା । ପୀଡିତର ଅଭିଯୋଗ କ୍ରମେ ପୋଲିସ ଆକ୍ରମଣ କାରୀଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ , ଦିଲ୍ଲୀର ଯନ୍ତରମନ୍ତରରେ ସାମ୍ପ୍ରଦାୟିକ ସ୍ଲୋଗାନ ଦିଆଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ସୋମବାର ଦିଲ୍ଲୀ ପୁଲିସ ଏହି ମାମଲାରେ ଏକ ମାମଲା ରୁଜୁ କରିଥିଲା। ଆଜି ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏବଂ ଅନ୍ୟ ୬ ଜଣଙ୍କୁ ପୁଲିସ ଗିରଫ କରିଥିଲା । ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଅଶ୍ୱିନୀ ଉପାଧ୍ୟାୟଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଶ୍ୱିନୀ ଉପାଧ୍ୟାୟଙ୍କ ବ୍ୟତୀତ ଦିଲ୍ଲୀ ପୁଲିସ ପ୍ରୀତ ସିଂ, ବିନୋଦ ଶର୍ମା, ଦୀପକ, ଭିନେଟ କାନ୍ତି ଏବଂ ଦୀପକ ସିଂହଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି।