ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ ପାଇଁ ଠେଲାପେଲା : ୧୦ ଭକ୍ତ ଅସୁସ୍ଥ

ପୁରୀ/ ସଞ୍ଜୟ ମହାପାତ୍ର:  ଶ୍ରୀମନ୍ଦିରରେ ଅଘଟଣ । ଠାକୁରଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଠେଲାପେଲା । ୧୦ ଭକ୍ତ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସମସ୍ତ ଅହତ ମାନେ ହେଉଛନ୍ତି  ଭଦ୍ରକ ଆଗରପଡା କାଦବରାଙ୍ଗ ଅଞ୍ଚଳର ଏକ ସ୍କୁଲରୁ ପୁରୀ ବୁଲିବାକୁ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇଥିବା ସମୟରେ ନାଟମଣ୍ଡପରେ ଅତ୍ଯଧିକ ଗହଳି ଯୋଗୁଁ ଠେଲାପେଲା ହୋଇଥିଲା। ସେଥିରେ ଅଣନିଶ୍ୱାସୀ ହେବା ସହ ପିଲାମାନେ ଅସୁସ୍ଥ ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ମେଡିକାଲ ପଠାଯାଇଛି। ସେମାନଙ୍କ ଅବସ୍ଥାର ସୁଧାର ଆସିଥିବା ଜଣାପଡିଛି।