ସ୍ମାର୍ଟ ସିଟିରେ ସ୍ମାର୍ଟ ଠକେଇ

ଭୁବନେଶ୍ୱର(ଆଦର୍ଶରାଉତ): କ୍ରେଡିଟ କାର୍ଡର ବିଲ ପେମେଂଟ କରିବା ପଡିଲା ମହଙ୍ଗା । ଆକାଉଣ୍ଟରୁ ଗାଏବ ହୋଇଗଲା ୧ ଲକ୍ଷ ୩୬ ହଜାର ୭୯୯ ଟଙ୍କା । ପ୍ରଶାନ୍ତ କୁମାର ପତିଙ୍କର କ୍ରେଡିଟ କାର୍ଡର ବିଲ ପେମେଂଟ ତାରିଖ ଥିଲା ଅଗଷ୍ଟ ୨୯ ତାରିଖରେ । ସେ ୨୭ ତାରିଖ ଦିନ କ୍ରେଡ ଆପ ମାଧ୍ୟମରେ ୪ ଲକ୍ଷ ୫୫ହଜାର ଟଙ୍କା ଦିପୋଜିଟ କରିଥିଲେ । କିନ୍ତୁ ସେ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇନଥିଲା । ପରେ ସେ ଗୁଗୁଲରୁ କ୍ରେଡ ଆପର କଷ୍ଟମର କେୟାର ନମ୍ବର ବାହାର କରି କଲ କରିଥିଲେ । ତାପରେ ୭ଟି କିସ୍ତିରେ ତାଙ୍କ ଆକାଉଣ୍ଟରୁ ପୁଣି ୧ ଲକ୍ଷ ୩୬ ହଜାର ୭୯୯ ଟଙ୍କା କାଟି ନେଇଥିଲା ସାଇବର ଠକ । ଏନେଇ କମିଶନରେଟ ପୋଲିସର ସାଇବର ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ।