ଅଚାନକ ବଜ୍ରପାତରେ ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ମୋରଡା ବ୍ଲକ କୋହି ପଞ୍ଚାୟତ ଅଧିନ ପୁଟକିଶୋଳ ଗାଁରେ ବଜ୍ରପାତରେ ଏକ ଚାଳ ଘର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦମ୍ପତି

(ମୋରଡା) : ଅଚାନକ ବଜ୍ରପାତରେ ଜଳିଗଲା ଚାଳ ଘର । ମୋରଡା ବ୍ଲକ କୋହି ପଞ୍ଚାୟତ ଅଧିନ ପୁଟକିଶୋଳ ଗାଁରେ ବଜ୍ରପାତରେ ଏକ ଚାଳ ଘର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦମ୍ପତି । କିନ୍ତୁ ଘରେ ଥିବା ସମସ୍ତ ଆସବାବପତ୍ର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇଯାଇଛି ।

ମୋରଡା ବ୍ଲକ କୋହି ପଞ୍ଚାୟତ ଅଧିନ ପୁଟକିଶୋଳ ଗାଁରେ ଅପରାହ୍ନରେ ବର୍ଷା ସହିତ ପ୍ରବଳ ବଜ୍ରପାତ ହୋଇଥିଲା । ଏହି ସମୟରେ ସୁବଦ ରାଜ ଓ ତାଙ୍କ ସ୍ତ୍ରୀ ଚାଳ ଘରେ ଥିବା ସମୟରେ ବଜ୍ରପାତ ଘର ଉପରେ ପଡିଥିଲା। ଏଥିରେ ଘରେ ନିଆଁ ଲାଗି ଯାଇଥିଲା।

ଉଭୟ ଦମ୍ପତି ବର୍ଷା ଓ ଘଡଘଡି ହେଉଥିବା ସମୟରେ ଘର ଛାଡି ପାଖ ପଡିଶା ଘରକୁ ଦୌଡି ପଳାଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚିଲା ବେଳକୁ ସମ୍ପୂର୍ଣ୍ଣ ଘର ଜଳି ପୋଡି ନଷ୍ଟ ହୋଇଯାଇଥିଲା ।