ଗଞ୍ଜାମ(ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଜେନାସାହିରେ ଷ୍ଟୋଭ ଫାଟିି ଦମ୍ପତି ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ବିପିନ ସାହୁ ଏବଂ ତାଙ୍କ ପତ୍ନୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଆଜି ମଧ୍ୟାହ୍ନ ସମୟରେ ରୋଷେଇ କଲାବେଳେ ଷ୍ଟୋଫ ଫାଟି ଯିବାରୁ ଏହି ଦମ୍ପତି ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ପ୍ରାଥମିକ ଚିକିତ୍ସା ନିମନ୍ତେ ପ୍ରଥମେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ପରେ ସେମାନଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ଡାକ୍ତର ପଠାଇଥିଲେ ମଧ୍ୟ ସେମାନେ ସେଠାକୁ ନଯାଇ ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏ ନେଇ ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ସୂଚନା ଦେଇଛନ୍ତି ।