କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା

ସୋନପୁର(ଓମପ୍ରକାଶ ମିଶ୍ର): ଆଜି ଯୁବ କଂଗ୍ରେସ ସଭାପତି ପ୍ରୀୟବ୍ରତ ସାହୁଙ୍କ ନେତୄତ୍ୱରେ ୪ ଦଫା ଦାବି ନେଇ କଂଗ୍ରେସ ତରଫରୁ ବୀରମହାରାଜପୁର ବନ୍ଦ ଡାକରା ଦିଆଯାଇଛି । ବୀରମହାରାଜପୁରକୁ ଏନଏସି ମାନ୍ୟତା, ବ୍ଳକକୁ ସଂପୂର୍ଣ୍ଣ ଭାବେ ମରୁଡ଼ି ଘୋଷଣା, ସୁରୁବାଲି ଯୋରରେ ଆନିକଟ ନର୍ମାଣ ସହ ହରିହର ଯୋର ପ୍ରକଳ୍ପର ବାମ ପାଶ୍ୱର୍ରେ କେନାଲ ଆଦି ଦାବି କରିଛି କଂଗ୍ରେସ । ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସ ଓ ବୀରମହାରାଜପୁର ବ୍ଲକ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବରେ ଦୋକାନ ବଜାର ଓ ଦୈନିକ ବଜାର ସମେତ ବସ ଓ ଅନ୍ୟାନ୍ୟ ଯାନବାହାନ ଚଳାଚଳ ବନ୍ଦ ରହିଛି । ତେବେ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ପୋଲିସ କର୍ମୀମାନେ ଯାଞ୍ଚ କଡାକଡି କରିଛନ୍ତି ।