ନାମାଙ୍କନ ପତ୍ର ବାତିଲ ପ୍ରତିବାଦରେ ମହାବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

(ମନିଲ କୁମାର ମହାରଣା) : ନାମାଙ୍କନ ପତ୍ର ବାତିଲ ପ୍ରତିବାଦରେ ତାଳଚେର ସାଉଥ ବଲଣ୍ଡା ନିଳକଣ୍ଠେଶ୍ଵର ମହାବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଆଜି କଲେଜ ନିର୍ବାଚନ ପାଇଁ ନାମାଙ୍କନା ପତ୍ର ଦାଖଲ ନେଇଁ ତାରିଖ ଧାର୍ୟ୍ୟ କରାଯାଇଥିଲା । କଲେଜରେ କେତେକ ପ୍ରାର୍ଥୀଙ୍କ ଉପସ୍ଥାନ ୭୫ ପ୍ରତିଶତ କମ୍ ଥିବା ହେତୁ ନାମାଙ୍କନ ପତ୍ରକୁ ବାତିଲ କରାଯାଇଥିଲା । ଏନେଇ କଲେଜ କାମ୍ପାସ ମଧ୍ୟରେ ଉାତ୍ତଜନା ଦେଖାଦେଇଥିଲା । ଏପରିକି କଲେଜର ଗେଟରେ ଛାତ୍ରଛାତ୍ରୀ ମାନେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି । କୌଣସି ଅଧ୍ୟାପକ ଅଧ୍ୟାପିକାଙ୍କୁ କଲେଜ ଭିତରକୁ ଛାଡୁ ନାହାନ୍ତି । ସେପଟେ କିଛି ଛାତ୍ରଛାତ୍ରୀ କଲେଜରେ ନିର୍ବାଚନ ହେଉ ବୋଲି କହିଛନ୍ତି । ଉଭୟ ୨ ଗୋଷ୍ଟି ମଧ୍ୟରେ କାଳେ ଅପ୍ରିତିକର ପରିସ୍ଥିତି ଘଟିବ ସେଥିପାଇଁ ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।