ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଟି ବିଦ୍ୟାଳୟରେ ଖୋଲା ଯିବ ଏକାଦଶ ଶ୍ରେଣୀ । ଏନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ୧୦୦ଟି ବିଦ୍ୟାଳୟରେ କଳା ପଷୟରେ ଶିକ୍ଷା ଦାନ କରାଯାଉଥିବା ବେଳେ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏହି ଶ୍ରେଣୀରେ ୨ଟି ବିଭାର ଖୋଲାଯିବା ସହ ଗୋଟିଏ ବିଭାଗରେ ୬୪ଜଣ ଲେଖାଏଁ ସିଟି ରହିଥବବାବେଳେ ମୋଟ ୧୨୮ଟି ସିଟ ରହିବ । ଯାହା ଦ୍ୱାରା ରାଜ୍ୟରେ ମୋଟ ୧୦୬ ଗୋଟି ସରକାରି ବିଦ୍ୟାଳୟରେ ମୋଟ ୧୩୪୬୮ ଟି ସିଟ ରେ ନାମ ଲୋଖାଇ ପାରିବେ ଛାତ୍ରଛାତ୍ରୀ । ସମ୍ପ୍ରତି ପ୍ରଧାନଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ୟ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଇଛି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିଯୋଜନ ପ୍ରକ୍ରିୟା ବିଦ୍ୟାଳୟ ସ୍ତରରେ ଚାଲୁ ରହିଛି । ଅନୁଗୁଳ ଜିଲ୍ଲାରେ ଗୋଟିଏ ସ୍କୁଲ ରହିଥିବା ବେଳେ ବାଲେଶ୍ବରରେ ମଧ୍ୟ ଗୋଟିଏ ସ୍କୁଲ ରହିଛି । ସେହିଭଳି ବରଗଡ଼ ଜିଲ୍ଲାରେ ୨ଟି, ଭଦ୍ରକରେ ଗୋଟିଏ, ବଲାଙ୍ଗୀରରେ ୮ ଟି, ଦେଓଗଡ଼ରେ ୪ଟି, ବୌଦ୍ଧରେ ୨ଟି, କଟକରେ ୨ଟି, ଢ଼େଙ୍କାନାଳରେ ଗୋଟିଏ , ଗଜପତିରେ ୨ଟି, ଗଞ୍ଜାମରେ ୯ଟି, ଜଗତସିଂହପୁରରେ ୨ଟି, ଯାଜପୁରରେ ଗୋଟିଏ, ଝାରସୁଗୁଡ଼ାରେ ଗୋଟିଏ, କଳାହାଣ୍ଡିରେ ୮ ଟି, କନ୍ଧମାଳରେ ୪ଟି ବିଦ୍ୟାଳୟରେ କଳାବିଭାଗ ରହିବ । ସେହିପରି କେନ୍ଦ୍ରାପଡ଼ାରେ ୨ଟି, କେନ୍ଦୁଝରରେ ୬ଟି, ଖୋର୍ଦ୍ଧାରେ ଗୋଟିଏ , କୋରାପୁଟରେ ୪ଟି , ମାଲକାନଗିରିରେ ୬ଟି, ମୟୂରଭଞ୍ଜରେ ୨ଟି, ନବରଙ୍ଗପୁରରେ ୭ ଟି, ନୟାଗଡ଼ରେ ଗୋଟିଏ, ନୂଆପଡ଼ାରେ ୬ଟି, ପୁରୀରେ ଗୋଟିଏ, ରାୟଗଡ଼ାରେ ୪ଟି, ସୋନପୁରରେ ଗୋଟିଏ , ସମ୍ବଲପୁରରେ ୪ଟି ଏବଂ ସୁନ୍ଦରଗଡରେ ୬ଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେବ ନାମଲେଖା । ଅନ୍ୟପଟେ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ରାୟଗଡ଼ା କୋରାପୁଟ, ଗଜପତି ଏବଂ ମାଲକାନଗିରିରେ ଗୋଟିଏ ଲେଖାଏଁ ସ୍କୁଲ, ନବରଙ୍ଗପୁରରେ ଦୁଇଟି ସ୍କୁଲରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ ଦିଆଯିବ ।