ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଥାନାରେ ଏତଲା

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର:  ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ରେ ବଢୁଛି ରାଜନୈତିକ ହିଂସା। ଯାହା କୁ ନେଇ ଏବେ ସାଧାରଣ ଲୋକେ ଆତଙ୍କିତ । କେଉଁଠି ରାଜନୈତି  କାରଣରୁ ମୁଣ୍ଡ ଗଡ଼ିଲାଣି ତ ପୁଣି କେଉଁଠି ମାରପିଟ ଲାଗୁଛି। ଦିନକୁ ଦିନ ପଢିବା ରେ ଲାଗିଛି ଗୋଷ୍ଟି କନ୍ଦଳ। ଆଉ ଏହି ସବୁ ଘଟଣା ପରେ ଏବେ ଆଇନି ଶୃଙ୍ଖଳା କୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଏବେ ଶେରଗଡ଼ ବ୍ଲକ ପିତଳ ପଞ୍ଚାୟତରେ ରାଜନୈତିକ ହିଂସାରୁ ସରପଞ୍ଚଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି ।ସରପଞ୍ଚ ରାମ ରାଘବ ପାତ୍ରଙ୍କ ଅଭିଯୋଗ  ପ୍ରକାରେ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ସରପଞ୍ଚଙ୍କ ପ୍ରତିପକ୍ଷ ଗୋଷ୍ଠୀର କିଛି ବ୍ୟକ୍ତି କାମ ବନ୍ଦ କରିବା ପାଇଁ ଗଣ୍ଡଗୋଳ ସୃଷ୍ଟି କରିଥିଲେ। ଘଟଣା ସ୍ଥଲକୁ ଯାଇ ସରପଞ୍ଚ ବୁଝାସୁଝା କରିବା ରୁ ତାଙ୍କୁ ମଧ୍ୟ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଫଳ ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ 9 ଜଣ ଆହତ ହୋଇଥିଲେ। ଏନେଇ ସରପଞ୍ଚ ଆସିକା ଥାନାରେ ଅଭିଯୋଗ କରିଛନ୍ତି। ଅପର ପକ୍ଷରୁ ମଧ୍ୟ ଆସିକା ଥାନାରେ ଅଭିଯୋଗ କରାଯାଇଛି ।  ଆଉ ଅଭିଯୋଗ ଆଧାରରେ ପୋଲିସ କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଚାରି ଗିରଫ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି  ।