ଭୁବନେଶ୍ୱର: ପାକିସ୍ଥାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ । ତରଙ୍କର ଏହି ବିଜୟରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋସିଆଲ ମିଡିଲ ପ୍ଲାଟଫମ ‘ଏକ୍ସ’ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି ।
ସେ ଲେଖିଛନ୍ତି ଯେ, ଚାମ୍ପିଆନ୍ସ ଟ୍ରଫିରେ ପାକିସ୍ଥାନ ବିପକ୍ଷରେ ଜବାଦସ୍ତ ବିଜୟ ଲାଗି ଭାରତୀୟ ଦଳକୁ ହାର୍ଦ୍ଧିକ ଅଭିନନ୍ଦନ । ଦଳର ବିଜୟ ଧାରା ଜାରି ରଖି ଦେଶକୁ ଆହୁରି ଗୌରବାନ୍ୱିତ କରନ୍ତୁ । ତୁମେ ଆମକୁ ଗର୍ବିତ କରିଛ ଲେଖି ମୁଖ୍ୟମନ୍ତ୍ରୀ ପୋଷ୍ଟ କରିଛନ୍ତି ।