ରାଇରଙ୍ଗପୁର(ସତ୍ୟନାରାୟଣ ପାଲ) : ରାଇରଙ୍ଗପୁର ଭିଜିଲାନ୍ସ ଜାଲରେ ମେଡିକାଲର ମୁଖ୍ୟ କିରାଣୀ । ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା ୨୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଏରିଅର ବିଲ କରେଇଦେବା ବାବଦକୁ ସ୍ୱାସ୍ଥ୍ୟକେନ୍ଦ୍ର ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ଗୋପୀନାଥ ହେମ୍ବ୍ରମଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ବାରିପଦା ଭିଜିଲାନ୍ସ ଟିମର ଚଢ଼ାଉ ହୋଇଥିଲା ା ତେବେ ପୂର୍ବରୁ ମଧ୍ୟ ଶ୍ରୀ ହେମ୍ବ୍ରମଙ୍କଠାରୁ ୧୦ ହଜାର ଟଙ୍କାର ଲାଞ୍ଚ ନେଇଥିଲେ । ଆଉ ୨୫ ହଜାର ଟଙ୍କା ନଦେଲେ ବିଲ କରେଇଦେବେ ନାହିଁ ବୋଲି ଧମକ ଦେଉଥିଲେ ।