କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତି

ଛତ୍ରପୁର:- କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଥାନାଧିକାରୀ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ କରିଛନ୍ତି । ଚମାଖଣ୍ଡି ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ ଛତ୍ରପୁର ଥାନାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତି ଏକ ମାମଲାରେ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ପୋଲିସ ନିର୍ଦ୍ଦେଶକ ତାଙ୍କୁ ନିଲମ୍ବନ କରିଛନ୍ତି । ତାଙ୍କ ନାମରେ ଅଭିଯୋଗ ଉଠୁଥିବା ଘଟଣାକୁ ନେଇ ଚର୍ଚ୍ଚା ବଢୁଥିଲା ବେଳେ ଖାକିବର୍ଦ୍ଦିରେ କଳଙ୍କର ଛିଟା ଲାଗିବା ସମସ୍ତେ କହୁଛନ୍ତି । କୁହାଯାଉଛି ଯେ, ଶ୍ରୀ ଦେବାଶିଷ କର୍ତ୍ତବ୍ୟରେ ଅବହେଳା କରୁଥିଲେ, ଯେଉଁଥି ପାଇଁ ତାଙ୍କୁ ବରିଷ୍ଠ ଅଧିକାରୀଙ୍କ ଦ୍ବାରା କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିଛି । କେଉଁ କାରଣ ପାଇଁ ସେ ନିଲମ୍ବିତ ହେଲେ ସେ ବିଷୟରେ ଯଦିଓ ପୋଲିସ ମୁଖ୍ୟ କାର୍ଯ୍ୟାଳୟର ଅର୍ଡରରେ ଉଲ୍ଲେଖ ହୋଇନାହିଁ । ତଥାପି ବରିଷ୍ଠ ଅଧିକାରୀଙ୍କ ପାଖରେ ଦେବାଶିଷଙ୍କ ବିରୋଧରେ କିଛି ପ୍ରମାଣ ଥିବା ଅନୁମାନ କରାଯାଉଛି । ଦେବାଶିଷ ଚଳିତ ବର୍ଷ ଫେବୃଆରୀ ୨୪ରେ ଛତ୍ରପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ l ମାତ୍ର ୫ ମାସ ୨୦ ଦିନ କାମ କଲା ପରେ ତାଙ୍କ କାର୍ଯ୍ୟରେ ଅବହେଳା କାରଣରୁ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ସମୟରେ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟରେ ରହିବେ । ଏହା ପୂର୍ବରୁ ସେ ପୁରୀ ଜିଲ୍ଲା ଡେଲାଙ୍ଗର ଥାନାଧିକାରୀ ଭାବେ କାର୍ଯ୍ୟ କରୁଥିଲେ ।