ନୂଆ ବର୍ଷରେ ଚେକିଂ, ବ୍ଲକିଂ ସାଙ୍ଗକୁ ଜୋରଦାର ହେବ ନାକାବନ୍ଦୀ

ଭୁବନେଶ୍ବର: ଆଗକୁ ଆସୁଛି ନୂଆ ବର୍ଷ ।  ଟୁଇନ ସିଟିରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି। ଚେକିଂ, ବ୍ଲକିଂ ସାଙ୍ଗକୁ ଜୋରଦାର ହେବ ନାକାବନ୍ଦୀ। ଏ ନେଇ ପୁଲିସ କମିଶନର ସୂଚନା ଦେଇଛନ୍ତି। ନିଶାସକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ଅଧିକ ନଜର।  କିଛି ହୋଟେଲ ଓ ଖାଲି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଅନୁମତି ମିଳିଛି । ଏହାସହ ପ୍ରବାସୀ ଭାରତୀୟ ସମ୍ମିଳନୀ ଓ ସାଇବର ସୁରକ୍ଷା ଦିଗରେ ସୂଚନା ଦେଇଛନ୍ତି ପୋଲିସ କମିଶନର।