ପୁରୀ : ଆମାଜନ ଅନଲାଇନ ମାର୍କେଟିଙ୍ଗ କମ୍ପାନୀ ନାଁରେ ମାମଲା । ସିଂହଦ୍ୱାର ଥାନାରେ ଏତଲା ଦେଲେ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ତେବେ ଆମାଜନରେ ମହାପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ ନାଁରେ ହେଉଛି ଠକେଇ । ଆଉ ଲୋକଙ୍କୁ ଶ୍ରୀମନ୍ଦିର କହି ଠକୁଛି ଆମାଜନ।ଏହା ଭକ୍ତଙ୍କ ଭାବାବେଗ ସହ କରୁଛି କୁଠାରଗାତ। ଶ୍ରୀମନ୍ଦିର ଆଇନକୁ ମଧ୍ୟ ଉଲଂଘନ କରିଛି । ଅନଲାଇନରେ ମହାପ୍ରଭୁଙ୍କ ନିର୍ମାଲ୍ୟ, ଖଜା ଓ ତୁଳସୀ ବିକ୍ରୀ କରୁଥିବା ନେଇ ସିଂହଦ୍ଵାର ଥାନାରେ ଏତଲା। ଛାମୁ ଖୁଣ୍ଟିଆ ନିଯୋଗ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଦେଇଛନ୍ତି ଏତଲା। ବିନା ଅନୁମତିରେ ଅନଲାଇନରେ ଏଭଳି ବିକ୍ରି କରିବା ବେଆଇନ୍। ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି। ସେପଟେ ପୂର୍ବରୁ ମଧ୍ୟ ଉତ୍ସବ ଆପ ଓ ସାଲିଗ୍ରାମ ଶିଳା ଏଭଳି କରିଥିବା ବେଳେ ମାମଲା ରୁଜୁ କରିଥିଲେ। ଆଉ ଏବେ ଆମାଜନ 799 ଟଙ୍କାରେ ଏହା ବିକ୍ରି କରୁଥିବା ବେଳେ ସେ ନେଇ ଏତେଲା ଦେଇଛନ୍ତି ସେବାୟତ।