ଭୁବନେଶ୍ୱର : ଓଡ଼ିଶାବାସୀ ଭାରତୀୟ ଜନତା ପାର୍ଟିକୁ ଏକ ଭୂମିକା ଅର୍ପଣ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଦାୟୀତ୍ୱବାନ ବିରୋଧୀ ଦଳର ଭୂମିକା ନିର୍ବାହନ କରୁଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳ ୯ ବର୍ଷ ପାଖାପାଖି ପୂରଣ କରିବାକୁ ଯାଉଛି । କିନ୍ତୁ ଦୁଃଖର କଥା ଯେଉଁ ସବୁ ଯୁଗାନ୍ତକାରୀ ଯୋଜନା ଘୋଷଣା ହୋଇଛି ସେଗୁଡିକ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ । ଏଥି ପ୍ରତି ବିଜେପି ସଚେତନ ଅଛି । ବିଭିନ୍ନ ସମୟରେ ରାଜରାସ୍ତା ଠାରୁ ଆରମ୍ଭ କରି ବିଧାନସଭା ପର୍ୟ୍ୟନ୍ତ ଏସବୁ କଥା ଦଳ ଉଠାଉଛି । ତେଣୁ ୨୦୨୩ରେ ଓଡ଼ିଆ ଲୋକଙ୍କ ହକ୍ ପାଇଁ ବିଜେପି କାର୍ୟ୍ୟକର୍ତ୍ତା ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି । ଏବଂ ଲୋକଙ୍କ ହକ୍ ପାଇଁ ଦଳ ଲଢେଇ ଜାରି ରଖିବ । ନୂଆ ବର୍ଷ ପାଇଁ ଅନେକ ଚ୍ୟାଲେଞ୍ଜ ଅଛି । କିନ୍ତୁ ସେ ଚ୍ୟାଲେଞ୍ଜ ଗୁଡିକୁ ଓଭରକମ୍ କରିବା ପାଇଁ ଦଳର କର୍ମକର୍ତ୍ତା ସର୍ବଦା ଚେଷ୍ଟିତ ଅଛନ୍ତି । ବିଚାର ଆଧାରିତ ପାର୍ଟିରେ କାମ କରୁଥିବା କାର୍ୟ୍ୟକର୍ତ୍ତାଙ୍କୁ ନା ଚେରାପୁଞ୍ଜିର ବର୍ଷା ଧୋଇ ଦେବ ନା ତାଙ୍କୁ ଥର୍ ମରୁଭୂମିର ଉଷ୍ମତା ଜଳାଇ ପାରିବ । ବିଜେପି କାର୍ୟ୍ୟକର୍ତ୍ତା ଭିତ୍ତିକ ପାର୍ଟି ।
ତେଣୁ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସମ୍ମୁଖୀନ ହୋଇ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଯେଉଁ ସଂକଳ୍ପ ନିଆଯାଇଛି ଏବଂ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଯେଉଁ ଏକାତ୍ମବାଦରେ ବିଶ୍ୱାସ ରଖି ଯେଉଁମାନେ କାର୍ୟ୍ୟ କରୁଛନ୍ତି, ଏମାନେ ଓଡିଶା ବାସୀଙ୍କ ସେବାରେ ଏ ବର୍ଷ ଆଗରେ ରହିବେ । ପ୍ରସଙ୍ଗ ଭିତ୍ତିକ ନିର୍ବାଚନ ହେବ । ନରେନ୍ଦ୍ର ମୋଦୀ ଗ୍ରାମାଞ୍ଚଳର ବିକାଶ ପାଇଁ ବ୍ୟାପକ ଅର୍ଥ ପ୍ରଦାନ କରିଛନ୍ତି । କିନ୍ତୁ ସେ ଅର୍ଥକୁ ସବୁ ବ୍ୟାପକ ଭାବେ ତୋଷାରପାତ ହୋଇଛି । ଚତୁର୍ଦ୍ଦଶ ଅର୍ଥ କମିଶନ କିମ୍ବା ପଞ୍ଚଦଶ ଅର୍ଥ କମିଶନର ପଇସା ହେଉ, ସିଧାସଳଖ ଭାବେ ପଞ୍ଚାୟତକୁ ଯାଉଛି । ପଞ୍ଚାୟତରେ ପଲ୍ଲୀ ସଭା ହେଉନାହିଁ । ଠିକାଦାର ଓ ଜେଇ ୱାର୍କ ଅର୍ଡର ନେଉଛନ୍ତି । ଦଳୀୟ ଭିତ୍ତିରେ କାମ ହେବା ସହ ଦୁର୍ନୀତି ଭ୍ରଷ୍ଟାଚାର ଭରି ରହିଛି । ବିଜେଡ଼ି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ମାଧ୍ୟମରେ ଭୋଟ କରେଇ ଦେଉନାହାନ୍ତି । ଭାତ ହାଣ୍ଡିରୁ ୨-୪ଟି ଭାତ ଦେଖୁଛନ୍ତି । ଭିଜିଲାନ୍ସ ଯେଉଁ ମାନଙ୍କୁ ଧରୁଛି, ସେମାନେ ଗୋଟିଏ ଦିନରେ କଣ କୋଟି କୋଟି ଟଙ୍କା ହଡପ ହେଉଛି କି ? ଏହା ଯଦି ଭାବିକି ଲୋକଙ୍କୁ ବୋକା ବନାଇ ଦେବେ ବୋଲି ଭାବିବା ବିଜେଡ଼ିର ଭୁଲ । ଗଣତନ୍ତ୍ରରେ ଜନତା ମାଲିକ । ସେମାନେ ନିଶ୍ଚିତ ଭାବେ ଦୁର୍ନୀତିଗ୍ରସ୍ତ ସରକାର ବିରୋଧରେ ମତଦାନ କରିବେ ।