କେନ୍ଦ୍ର କର୍ମଚାରୀଙ୍କୁ ପାର୍ବଣ ଭୋଟି, ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ରର ସରକାରୀ କର୍ମଚାରୀଙ୍କୁ ପାର୍ବଣ ଭେଟି । ୪ ପ୍ରତିଶକ ବଢିଲା ମହଙ୍ଗା ଭତ୍ତା । ପୂର୍ବରୁ ମିଳୁଥିବା ୪୨ ପ୍ରତିଶତ ଡିଏ ଏବେ ୪୬ ପ୍ରତିଶତ ହେବ କିଛି ଦିନ ଧରି ଏହି ପ୍ରତିଶତ ବୃଦ୍ଧି ନେଇ ଆଲୋଚନା ଚାଲିଥିଲା ଏବେ ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଦ୍ୱାରା ଦେଶର ଲକ୍ଷାଧିକ କେନ୍ଦ୍ରୀୟ କର୍ମଚାରୀ ପେନସନଧାରୀ ଉପକୃତ ହେବ ସେମାନଙ୍କ ଦରମାରେ ବୃଦ୍ଧି ପରିଲକ୍ଷିତ ହେବ ଗତ ଜୁଲାଇ ତାରିଖରୁ ଏହା ଲାଗୁ ହେବା ନେଇ ସୂଚନା ମିଲିଛି ତେବେ ପୂର୍ବରୁ ମାର୍ଚ୍ଚ ୨୪ରେ ସରକାର ଡିଏ ବୃଦ୍ଧି ଘୋଷଣା କରିଥିଲେ ଏହା ଦ୍ୱାରା ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ବଢ଼ି ୪୨ ପ୍ରତିଶତ ହୋଇଥିଲା