୨୦୨୦ -୨୧ ବଜେଟ: ମର୍ଡ଼େନ ରେଳୱେ ଷ୍ଟେସନ, ବିମାନବନ୍ଦର, ବସଷ୍ଟାଣ୍ଡ, ଲୋଜିଷ୍ଟିକ ଷ୍ଟେଟର୍ସ ନିର୍ମାଣ କରାଯିବ

(ରିପୋର୍ଟସ ଟୁଡ଼େ / ନୂଆଦିଲ୍ଳୀ ): ଚଳିତ ଆର୍ଥିକ ବର୍ଷରେ ୫ ପ୍ରତିଶତ ଅଭିବୃଦ୍ଧି ହାରର ସମ୍ଭାବନା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରର ଦ୍ୱିତୀୟ କାର୍ୟ୍ୟରକାଳର ଦ୍ୱିତୀୟ ସାଧାରଣ ବଜେଟ୍ ଲୋକସଭାରେ ଉପସ୍ଥାପନ କରିଛନ୍ତି । ନିର୍ମଳା ସୀତାରମଣ ବଜେଟ୍‌ରେ କହିଛନ୍ତି ଯେ, ଦେଶର ଭିତ୍ତିଭୂମିକୁ ଗୁରୁତ୍ୱ ଦେବା ପାଇଁ ସରକାର ବଡ଼ ନିବେଶ କରିବେ । ଏହା ଫଳରେ ମର୍ଡ଼େନ ରେଳୱେ ଷ୍ଟେସନ, ବିମାନବନ୍ଦର, ବସଷ୍ଟାଣ୍ଡ, ଲୋଜିଷ୍ଟିକ ଷ୍ଟେଟର୍ସ ନିର୍ମାଣ କରାଯିବ । ଭିତ୍ତିଭୂମି ପାଇଁ ଥିବା କମ୍ପାନୀ ଗୁଡ଼ିକୁ ନିଜ ଷ୍ଟାଟଅପରେ ଯୁବକଙ୍କୁ ଜଡ଼ିତ କରିବାକୁ ଅପିଲ କରାଯିବ । ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସ ୱେ, ଚେନ୍ନାଇ-ବାଙ୍ଗାଲୁରୁ ଏକ୍ସପ୍ରେସ ୱେକୁ ଖୁବଶୀଘ୍ର ପୁରା କରାଯିବ ।
୬୦୦୦ କିମିର ହାଇୱେ ମ୍ୟାନିଟାଇଜ କରାଯିବ । ଦେଶରେ ୨୦୨୪ ସୁଦ୍ଧା ୧୦୦ ନୂଆ ବିମାନବନ୍ଦର ନିର୍ମାଣ କରାଯିବ । ୨୪୦୦୦ କିମି ଯାଏଁ ଟ୍ରେନକୁ ଇଲେକ୍ଟ୍ରୋନିକ କରାଯିବ । ତେଜସ ଟ୍ରେନ ସଂଖ୍ୟାକୁ ବଢାଯିବ । ଯାହା ଦ୍ୱାରା ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳରେ ସହଜରେ ପହଂଚିପାରିବେ । ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ବୁଲେଟ ଟ୍ରେନ କାମ ତତ୍ପର କରାଯିବ । ଜଳ ବିକାଶ ମାର୍ଗକୁ ମଧ୍ୟ ଆସାମ ଯାଏଁ ବଢାଯିବା ଯୋଜନା କରାଯାଉଛି । ଟ୍ରାନ୍ସପୋର୍ଟ ପାଇଁ ୧.୭୦ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।