ତପୁଙ୍କ ଲାଗି ପ୍ରାର୍ଥନା ପାଇଁ ନିବେଦନ କଲେ ବୁଦ୍ଧାଦିତ୍ୟ

ଭୁବନେଶ୍ୱର : ଓଲିଉଡ୍‌ ଜଗତର ପ୍ରଖ୍ୟାତ ଗାୟିକା ତପୁ ମିଶ୍ରଙ୍କ ଅବସ୍ଥା ଅଧିକ ଗୁରୁତର ହେବାରେ ଲାଗିଛି। ସେ ଏବେ ଭୁବନେଶ୍ୱରରେ ଏକ ପ୍ରାଇଭେଟ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତପୁ ମିଶ୍ରଙ୍କୁ ଭେଣ୍ଟିଲେଟରରେ ରଖାଯାଛି। ତାଙ୍କର ଏବେ ଅକ୍ସିଜେନ୍ ଚିକିତ୍ସା ଚାଲୁଛି। ସୂଚନା ଅନୁଯାୟୀ, ତାଙ୍କ ଅକ୍ସିଜେନ ସାଚୁରେସନ ୪୦ରୁ କମ୍ ରହୁଛି। ତେବେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି  ନିବେଦନ କରିଛନ୍ତି। ଏନେଇ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଅପିଲ କରିଛନ୍ତି। ସୂଚନା ଅନୁଯାୟୀ ପ୍ରାୟ ମାସକ ପୂର୍ବେ  କରୋନାରେ ଆକ୍ରାନ୍ତ ହୋଇ ଥିଲେ ତପୁ ମିଶ୍ର।  ତାଙ୍କୁ ଭୁବନେଶ୍ୱରର ଏକ ପ୍ରାଇଭେଟ୍‌ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଏହାରି ଭିତରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସି ନଥିବା ଜଣାଯାଇଛି। ତାଙ୍କ ଶୁଭେଚ୍ଛୁକମାନେ ତପୁ ମିଶ୍ରଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।