ମୁମ୍ବାଇ : ଟେଲିଭିଜନ ଅଭିନେତା ରାଜୀବ ପାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ରାଜୀବ ଇନଷ୍ଟାଗ୍ରାମରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ସୂଚନା ଦେଇ ଲେଖିଛନ୍ତି ଯେ, ପରିସ୍ଥିତି ଅଣାୟତ ହେବା ପୂର୍ବରୁ ଭଲ ହାତରେ ଟେକିଦେବା ଉଚିତ । ଥଣ୍ଡା ଜ୍ୱରର ଛାଡୁନଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଯାଇଛି । ଏଠାରେ ଦକ୍ଷ ଡାକ୍ତର ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ରେମଡେସିଭିର ସହ ଅନ୍ୟ ଔଷଧ ଦେଇ ଚିକିତ୍ସା ଆରମ୍ଭ କରିଛନ୍ତି । ଏହାସହ ରାଜୀବ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେ ରାକେଶ ପାଲ୍, ରାକ୍ଷୀ କୁକି ଏବଂ ଅଭିନେତା ସତୀଶ କୌସିକଙ୍କୁ ଧନ୍ୟବାଦ ଦେଇଥିଲେ ।