ବିଜେପି ଛାଡି କଂଗ୍ରେସରେ ମିଶିଲେ ବିଜେପି ନେତ୍ରୀ ସୋନାଲି ସାହୁ

ଭୁବନେଶ୍ୱର: ପଦ୍ମ ଛାଡି ହାତ ଧରିଲେ ବିଜେପି ନେତ୍ରୀ ସୋନାଲି ସାହୁ |ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତରେ କଂଗ୍ରେସରେ ସାମିଲ ହେଲେ ସୋନାଲି ସାହୁ | କଂଗ୍ରେସରେ ଥିଲେ ବିଜେପିକୁ ଯାଇଥିଲେ ପୁଣି ସୋନାଲି କଂଗ୍ରେସକୁ ଆସିଛନ୍ତି ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ପିସିସି ସଭାପତି |ରାଜନୈତିକ ଜୀବନ ର ଏକ ନୂଆ ମୋଡ଼ ନେଇଛି | ପୁନର୍ବାର ମୋ ପରିବାରକୁ ଫେରିଛି | ମୁଁ ଏ ପରିବାରର ସଦସ୍ୟ ଥିଲି ଅଛି ରହିବି | 2019 ରେ ରୁଷି କି ଯାଇଥିଲି | ବିଜେପି କହୁଛି ଲକ୍ଷ୍ମୀଙ୍କ ଚି଼ହ୍ନ ପଦ୍ମ ଚି଼ହ୍ନ ଆଜି ଗୁରୁବାର ଲକ୍ଷ୍ମୀ ଛାଡିକି ଆସିଲେ | ଯେଉଁ ଦଳ ରେ ସମ୍ମାନ ନାହିଁ ସେଠି ରହିକି ଲାଭ ନାହିଁ | ନିଷ୍ଠାର ସହ ଦଳ ଯେଉଁ ଦାୟିତ୍ୱ ଦେବ ଶୃଙ୍ଖଳିତ ଭାବରେ ତୁଲାଇବି | ଓଡ଼ିଶାର ଶ୍ୱରକୁ ଚାପି ଶାସକ ଦଳ ସହ ସାଲିସ କରି ଓଡ଼ିଶାର ସ୍ୱାର୍ଥକୁ ଚାପି ଦିଆଯାଉଛି | ବିଜେପି ବିରୋଧୀ ଦଳ ର ଅଧିକାର ହରାଇଛି | କାହା ବିରୁଦ୍ଧରେ ନିର୍ବାଚନ ଲଢ଼ିବ ବିଜେପି | 9 ରୁ 90 କୁ ସାକାର ପାଇଁ ହାତରେ ହାତ ମିଶାଇବା ପାଇଁ ନିବେଦନ କଲେ ସୋନାଲି | 5 ବର୍ଷ ଧରି ମତେ ସକ୍ରିୟ ଭାବରେ ଦେଖିନାହାନ୍ତି | ଆଦର୍ଶଗତ ନିର୍ବାଚନ କଂଗ୍ରେସ ଲଢ଼ୁଛି | ବିଜେପିରେ ଯୋଗଦେବା ପରେ ଧଳା ଶାଢ଼ୀ ପିନ୍ଧୁଥିଲି କଟାକ୍ଷର ଶିକାର ହୋଇଥିଲି |