କଟକ : କଟକ ହରିହର କ୍ୟାନ୍ସର ଇନଷ୍ଟିଚ୍ୟୁଟ ରେ ରୋଗୀ ଓ ତାଙ୍କ ଆଟେଣ୍ଡାଣ୍ଟଙ୍କ ସମ୍ବନ୍ଧରେ ଘୋର ଅବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ଭାଜପା କଟକନଗର ତରଫରୁ ଏକ ଅନୁଧ୍ୟାନ କମିଟି କ୍ୟାନ୍ସର ଇନଷ୍ଟିଚ୍ୟୁଟ ପରିସରରେ ପହଞ୍ଚି ବାହାରେ ଚିକିତ୍ସା ପାଇଁ ଅପେକ୍ଷାରେ ରହିଥିବା ରୋଗୀ ଓ ତାଙ୍କର ଆଟେଣ୍ଡାଣ୍ଟଙ୍କ ସହ ଆଲୋଚନା କରିଥିଲେ।
ବିଶେଷକରି ବାହାର ଅଞ୍ଚଳରୁ ଆସି ନାନାଦି ଅସୁବିଧା ର ସମ୍ମୁଖୀନ ହେଉଥିବା ଲୋକେ କିପରି ସଠିକ ଭାବରେ ଚିକିତ୍ସା ପାଇ ପାରିବେ ସେ ନେଇ ହରିହର କ୍ୟାନ୍ସର ଇନଷ୍ଟିଚ୍ୟୁଟର ଡ଼ାଇରେକ୍ଟରଙ୍କ ସହ ଆଲୋଚନା କରିଥିଲେ ପ୍ରତିନିଧି ଦଳ।