ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଫିସରଙ୍କୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଗୃହରେ ପ୍ରବଳ ହଟ୍ଟଗୋଳ ନାରବାଜି ।ଶୂନ୍ୟକାଳରେ ସରକାରଙ୍କ ଉପରେ ପୁଣି ବର୍ଷିଲେ ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଫିସରଙ୍କୁ ପ୍ରସଙ୍ଗ ଉଠାଇଲେ ଜୟ ନାରାୟଣ । ଅସିତ ତ୍ରିପାଠୀ, ବାଲ କ୍ରିଷ୍ଣନ, ଉପେନ୍ଦ୍ର ତ୍ରିପାଠୀ, ପି କେ ମହାପାତ୍ର ଓ ଗୋପବନ୍ଧୁ ଦାସ । ଅବସର ପରେ ଏମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ତାଙ୍କୁ ପୁନଃ ନିଯୁକ୍ତି କରାଯାଇଛି । ଏପରିକି ମନୋଜ ମିଶ୍ର ଇସ୍ତଫା ଦେଲା ପରେ ମଧ୍ୟ ତାଙ୍କୁ ବି ସରକାରରେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଟାୟାର୍ଡ ଅଫିସରଙ୍କ କ୍ଳବ ପାଲଟିଛି । ଏଇଟା କଣ ମୋ ସରକାର, ଏଇଟା କଣ 5-T , ଏଇଟା କଣ ଏକ ବିଚାର ଧାରା । ରାଜ୍ୟରେ ନିଯୁକ୍ତି ମିଳୁ ନଥିବା ବେଳେ ଅବସରର ଅଫିସର ମାନଙ୍କୁ ଥଇଥାନ କରାଯାଉଛି । ଗୃହରେ ଏ ନେଇ ସରକାରଙ୍କ ପକ୍ଷରୁ ଷ୍ଟେଟମେଣ୍ଟ ରଖନ୍ତୁ ।ସେପଟେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ ପରେ ଉତ୍ତର ରଖିଲେ ବିଜେଡି ବିଧାୟକ ଅରୁଣ ସାହୁ। ଗୋଟେ ଆଙ୍ଗୁଳି ଅନ୍ୟକୁ ଦେଖେଇଲେ ଚାରୋଟି ଆଙ୍ଗୁଳି ନିଜ ଆଡକୁ ଆସିବ | କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୋଧ ହୁଏ, ବିରୋଧୀ ଦଳ ନେତାଙ୍କ କଳି ରହିଛି ସେଥିପାଇଁ ତାଙ୍କୁ ଅକଳରେ ପକାଇବାକୁ ଚେଷ୍ଟା କରୁଛନ୍ତି | ତାଙ୍କ ଅଫିସରେ କେତେ ଜଣ ଅବସରପ୍ରାପ୍ତ ଅଧିକାରୀ ଅଛନ୍ତି ବୋଲି ପ୍ରଶ୍ନ କଲେ ବିଜେଡି ବିଧାୟକ ଅରୁଣ ସାହୁ | ପ୍ରଧାନମନ୍ତ୍ରୀଙ୍କ ଅଫିସ ତଥା ସାଉଥ ବ୍ଲକରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ ପ୍ରଶ୍ନ କଲେ ଅରୁଣ | ଖୋଲା ମାର୍କେଟରୁ ଆରଏସଏସ କ୍ୟାର୍ଡରରୁ ଉଠାଯାଇ ଜଏଣ୍ଟ ସେକ୍ରେଟେରୀ ରଖାଯାଉଛି | ସମ୍ବିଧାନର କେଉଁଠି ଲେଖା ଯାଇଛି ଅବସରପ୍ରାପ୍ତ ଅଧିକାରୀଙ୍କୁ ରଖା ଯାଇ ପାରିବ ନାହିଁ | ବିଜେପି ଶାସିତ ରାଜ୍ୟରେ କେତେ କେତେ ଜଣ ଅଛନ୍ତି ହିସାବ କର ? ବିଧାନସଭାରେ ଯେଉଁ ଯେଉଁ ମାନେ ନାହାନ୍ତି, ସେମାନଙ୍କ ନାଁ ନେବା କଥା ନୁହେଁ | ଏହି ମାନସିକତା ପରିହାର କରନ୍ତୁ ବିରୋଧୀ | ଗୋଟେ ମାନସିକତା ନେଇ ବିଧାନସଭାକୁ ଆସୁଛନ୍ତି | ଏହି ବାଚାଳାମି କେତେ ଦିନ ଚାଲିବ ? ଜଣେ ମାନସିକ ରୋଗ ବିଶେଷଜ୍ଞ ରୋଗର ନିରାକରଣ କରିପାରିବେ….ବିଜେଡି ବିଧାୟକ ଅରୁଣ ସାହୁଙ୍କ ମନ୍ତବ୍ୟ ପରେ ତାତିଲେ ବିଜେପି ସଦସ୍ୟ | ଗୃହ ମଧ୍ୟରେ ପ୍ରବଳ ହୋ – ହାଲ୍ଲା କଲେ ବିରୋଧୀ | ଗୃହକୁ 10 ମିନିଟ ପର୍ଯ୍ୟନ୍ତ ମୁଲତବି କଲେ ବାଚସ୍ପତି | ପରେ ଆଉ 5 ମିନିଟ ପର୍ଯ୍ୟନ୍ତ ମୁଲତବି କରାଯାଇଛି.।