(ରିପୋର୍ଟସ ଟୁଡେ): ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ଓଡିଆ ଶିଖିବା ପାଇଁ ଆହ୍ୱାନ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ପ୍ରଥମେ ସେଠାରେ ନାମଲେଖାଇ ଓଡିଆ କହିବା ଶିଖନ୍ତୁ ବୋଲି କହିଛନ୍ତି ଏଥିସହ ଆଜି ପବିତ୍ର ସତ୍ୟବାଦୀ ମାଟିକୁ ଯାଇଛନ୍ତି ସେଠାରେ ସଂକଳ୍ପ ନିଅନ୍ତୁ ଆଜିଠାରୁ ସେ ଓଡିଆ ଭାଷାରେ କଥା ହେବେ ବୋଲି ଏପରି ଆହ୍ୱାନ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଦିନରୁ ସଂକଳ୍ପ ନେବାପାଇଁ ଆହ୍ୱାନ କରିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ବିଜେପି ନେତା ଶ୍ରୀ ହରିଚନ୍ଦନ କହିଛନ୍ତି ଏ ହେଉଛନ୍ତି ଜଣେ ବିରଳ ମୁଖ୍ୟମନ୍ତ୍ରୀ । ୧୮ ବର୍ଷ ମୁଖ୍ୟମନ୍ତ୍ରୀ ହେବାପରେ ମଧ୍ୟ ଶାସକ ଆଜି ଶାସିତର ଭାଷା ବୁଝିପାରୁନାହିଁ । ୬ ମାସରେ ଲୋକମାନେ ଓଡିଆ କହିପାରୁଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓଡିଆ ନକହିପାରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଶ୍ୱଭୂଷଣ । ତେଣୁ ଆଜିଭଳି ଦିନରେ ଏହି ପବିତ୍ର ସ୍ଥାନରେ ଓଡିଆ କହିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି ।
ସେହିପରି ପାଇକବିଦ୍ରୋହର ଦୁଇଶହ ବର୍ଷ ପୂର୍ତି ଅବସରରେ ବରୁଣେଇ ପୀଠରେ ସ୍ମାରକୀ ପାଇଁ ୩୦ ଏକର ଜମି ଯୋଗାଇ ଦେବାପାଇଁ କେନ୍ଦ୍ର ସଂସ୍କୁତି ମନ୍ତ୍ରୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଚିଠି ଲେଖିଲେ ମଧ୍ୟ ରାଜ୍ୟ ସରକାର ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ । ମୁଖ୍ୟମନ୍ତ୍ରୀଙ୍କର ଜାତିକଥା ଚିନ୍ତାନାହିଁ । ଆଜି ଆରମ୍ଭ ହେଉଥିବା ୟୁନିଭରସିଟି କେବେ ଆରମ୍ଭ ହେବ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିବା ସହ ଓଡିଆ ଭାଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଶ୍ୱଭୂଷଣ ।