(ପ୍ରିୟଦର୍ଶନୀ ସ୍ୱାଇଁ / ରିପୋଟର୍ସ ଟୁଡ଼େ)ଭୁବନେଶ୍ୱର : ସାଧାରଣ ସମସ୍ତେ ଚାଉଳ ଖିରି,ସେମିଆ ଖିରି ,ପାସ୍ତା ଖିରି ତିଆରି କରିଥିବେ । ଆପଣ ଆଜି ଯାଏଁ ବିସ୍କୁଟକୁ ଚା ସହିତ ଖାଇଛନ୍ତି , ହେଲେ ଆପଣ କେବେ ଭାବିଛନ୍ତି କି ବିସ୍କୁଟରେ କ୍ଷୀରି ତିଆରି ହୁଏ । ଯଦି ଆପଣ ଜାଣି ନାହାନ୍ତି ତାହା ହେଲେ ଦେଖନ୍ତୁ –
ଆବଶ୍ୟକ ସାମଗ୍ରୀ- କ୍ଷୀର୧ ଲିଟର , ବିସ୍କୁଟ (ଅଳ୍ପ ଲୁଣିଆ) ଗୁଣ୍ଡ ୧କପ୍, ଚିନି – ୩/୪ କପ୍ , ଭଜା କାଜୁ -ଅଳ୍ପ , ଛୋଟ ଗୁଜୁରାତି ପାଉଡର – ୧/୪ଚାମଚ୍
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଗ୍ୟାସ ଅନ କରି କ୍ଷୀରକୁ ଏକ ପାତ୍ରରେ ବସେଇ ଗରମ କରନ୍ତୁ । କ୍ଷୀର ଫୁଟିବା ପରେ ଗ୍ୟାସ୍ ଜଳ କମ୍ କରି ମଝିରେ ମଝିରେ ଘାଟନ୍ତୁ । କ୍ଷୀର ଯେମିତି ତଳେ ଲାଗି ନ ଯିବ ଧ୍ୟାନ ରଖିବେ । ଏହି ସମୟରେ ବିସ୍କୁଟକୁ ଚୁରା କରି ରଖନ୍ତୁ । କ୍ଷୀର ଫୁଟି ଅଧା ହେବା ସମୟରେ ଏଥିରେ ଚିନି ଢାଳନ୍ତୁ । ଚିନି ମିଶିଯିବା ପରେ ଗ୍ୟାସ୍କୁ ବନ୍ଦ କରିଦିଅନ୍ତୁ । ଏବେ ଖିରିରେ ବିସ୍କୁଟର ଗୁଣ୍ଡକୁ ଢାଳିକି ଠିକ୍ ଭାବେ ଗୋଳାନ୍ତୁ ଓ ଧ୍ୟାନ ରଖନ୍ତୁ ଏଥିରେ ଯେମିତି ଗୋଟା ଗୋଟା ବିସ୍କୁଟ ରହିନଯାଏ । ବିସ୍କୁଟକୁ ଠିକ୍ ଭାବେ ମିଶେଇବା ପରେ ଏଥିରେ ଡାଳଚିନି ଢାଳନ୍ତୁ । ଏହାପରେ କାଜୁକୁ ଅଳ୍ପ ଘିଅରେ ଭାଜନ୍ତୁ ଓ କ୍ଷୀରି ଉପରେ ସଜାଇ ଗରମ ବା ଥଣ୍ଡା କରି ନିଜ ପସନ୍ଦର ଖାଆନ୍ତୁ ଏବଂ ଖୁଆନ୍ତୁ। ଆପଣ ଚାହିଁବେ ତ ନିଜ ପସନ୍ଦ ଅନୁସାରେ ଡ୍ରାଏ ଫୁଡ ମଧ୍ୟ ବ୍ୟବହାର କରିପାରିବେ । କ୍ଷୀରିରିରେ ବିସ୍କୁଟ ଦେବାପରେ ଫୁଟାନ୍ତୁ ନାହିଁ ।
ଏହି ସ୍ୱାଦିଷ୍ଟ କ୍ଷୀରିକୁ ନିଜ ଘରେ ଆରାମରେ ତିଆରି କରିପାରିବେ । ବିସ୍କୁଟ୍ କ୍ଷୀରି ତିଆରି କରିବା ପାଇଁ ବେଶି ସମୟ ଲାଗି ନଥାଏ । ଏଥିପାଇଁ ଆପଣଙ୍କୁ ଏକ ପକେଟ ବିସ୍କୁଟ୍ ଦରକାର ଯାହାକି କିଛି ମାତ୍ରାରେ ଲୁଣିଆ ହୋଇଥିବ। ଆଜି ହିଁ ଘର ଲୋକଙ୍କୁ ଓ ପିଲାଙ୍କୁ ସ୍ୱାଦିଷ୍ଟ କ୍ଷୀରି ତିଆରି କରି ଖୁଆନ୍ତୁ ଏବଂ ଏହାର ସ୍ଵାଦର ମଜା ନିଅନ୍ତୁ।