ମୁମ୍ବାଇ(ରିପୋର୍ଟର୍ସ ଟୁଡେ): କୋରୋନା ମହାମାରୀ ସମୟରେ ସବୁଠୁ ଜଣେ ସଂକଟମୋଚକ ଭାବେ ଠିଆ ହୋଇଛନ୍ତି ବଲିଉଡ ଷ୍ଟାର ସୋନୁ ସୁଦ । ଅନେକ ଲୋକଙ୍କ ପାଖରେ ଖୁବ କମ ସମୟରେ ଆବଶ୍ୟକୀୟ ସାହାଯଁ ପହଞ୍ଚାଇ ସେ ପାଲଟି ଯାଇଛନ୍ତି ବିପଦର ବନ୍ଧୁ । କେଉଁଠି ଅକ୍ସିଜେନ ତ କେଉଁଠି ହସ୍ପିଟାଲ ବେଡ ସବୁ କ୍ଷେତ୍ରରେ ସେ ଲୋକମାନଙ୍କୁ ସାହାଯ୍ୟ କରି ଚାଲିଛନ୍ତି । ଏହି ମଧ୍ୟରେ ଭାରତର ପୂର୍ବତନ ଖେଳାଳୀ ହରଭଜନ ସିଂହ ମଧ୍ୟ ଫୋନ କରି ତାଙ୍କୁ ସାହାଯ୍ୟ ମାଗିଛନ୍ତି । ଭଜ୍ଜି ଟୁଇଟ କରି ରେମଡିସିଭିର ପାଇଁ ସୋନୁଙ୍କ ସହାୟତା ଲୋଡ଼ିଛନ୍ତି । କର୍ଣ୍ଣାଟକର ବସପ୍ପା ହସ୍ପିଟାଲରେ ଗୋଟିଏ ରେମଡିସିଭିର ଇଞ୍ଜେକ୍ସନ ଦରକାର ଅଛି ବୋଲି ଏହି ପୋଷ୍ଟ କରିଥିଲେ ଭଜ୍ଜି । ତେବେ ଏ ମେସେଜ ପାଇବା ପରେ ଭଜ୍ଜିଙ୍କ ଏହ ଟ୍ୱିଟର ଉତ୍ତର ଦେଇଥିଲେ ସୋନୁ । ଭଜ୍ଜି…….. ଖୁବ ଶୀଘ୍ର ଏହା ଡେଲିଭର ହୋଇଯିବ । ଏମିତି କହି ସୋନୁ ଭଜ୍ଜିଙ୍କ ଟ୍ୱିଟର ପ୍ରତିକ୍ରିୟା ରଖିଥିଲେ । ଏଭଳି ସମୟରେ ସହାୟତା ପାଇଁ ପରେ ସୋନୁଙ୍କୁ ଭଜ୍ଜି ଧନ୍ୟବାଦ ଦେଇଛନ୍ତି । ପୂର୍ବରୁ ଅନ୍ୟତମ କ୍ରିକେଟର ସୁରେଶ ରୈନାଙ୍କୁ ମଧ୍ୟ ସୋନୁ ସାହାଯ୍ୟର ହାତ ବଢାଇଥିଲେ । ରୈନାଙ୍କ ସମ୍ପର୍କୀୟଙ୍କ ପାଇଁ ଅକ୍ସିଜେନର ବ୍ୟବସ୍ଥା କରିଥିଲେ ସୋନୁ ।