(ମମତା ସାମଲ)ରିପୋର୍ଟସଟୁଡେ:ଓଡିଶାର ପ୍ରମୁଖ ପର୍ବ ରଜ । ଚତୁର୍ଥ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଏ । ଏହି ଦିନରେ କିଛି ବିଶେଷ ବିଧିରେ ଭୂଦେବୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଜାଣନ୍ତୁ କିପରି ବସୁମତୀ ମାତା ପୂଜା କରିବେ –
ପୂର୍ବଦିନ ଶିଳରେ ହଳଦୀ ଚନ୍ଦନ ବାଟି ଏକ ଲେପ ପ୍ରସ୍ତୁତ କରାଯାଇଥାଏ । ଏହି ଲେପକୁ ସେହିଦିନ ସକାଳୁ ଉଠି ମହିଳାମାନେ ଦେହରେ ଲଗାଇ ସ୍ନାନ କରିଥାଆନ୍ତି । ଶିଳପୁଆକୁ ଭୂଦେବୀ ବୋଲି ଗ୍ରହଣ କରାଯାଇଥାଏ । ତେଣୁ ଏହିଦିନ ଶିଳପୁଆକୁ କ୍ଷୀର ଓ ଜଳରେ ସ୍ନାନ କରାଯାଇଥାଏ । ଶିଳପୁଆ ତଥା ଭୂଦେବୀଙ୍କୁ ଚନ୍ଦନ,ହଳଦୀ ଓ ଫୁଲରେ ସଜା ଯାଇଥାଏ । ତାଙ୍କ ପୂଜା କରିବା ପରେ ବସ୍ତ୍ର ଦାନର ବିଶେଷ ମହତ୍ତ୍ୱ ରହିଛି । ଭୂଦେବୀଙ୍କୁ ସମସ୍ତ ପ୍ରକାର ମୌସୁମୀ ଫଳ ଅର୍ପଣ କରାଯାଇଥାଏ। ଏହି ଫଳକୁ ଗରୀବମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ। ଅନ୍ୟ ସଂକ୍ରାନ୍ତି ଭଳି ଏହିଦିନ ମଧ୍ୟ ଦାନ-ପୁଣ୍ୟ କରାଯାଏ। ରଜ ୪ଦିନ ଯାକ ଭୂମିକୁ କୌଣସି ପ୍ରକାର ଆଘାତ ଦିଆଯାଇ ନଥାଏ। ଅର୍ଥାତ୍ କୃଷି କାର୍ୟ୍ୟ ସମେତ ଭୂମିକୁ କଷ୍ଟ ଦେବା ଭଳି ଅନ୍ୟ କୌଣସି କାର୍ୟ୍ୟ କରିବାକୁ ନିଷେଧ କରାଯାଇଥାଏ।