ଭୁବନେଶ୍ୱର : ଓଲିଉଡ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶନୀ ଶୁକ୍ରବାର ଜଗନ୍ନାଥ ପ୍ରସାଦ ନିକଟସ୍ଥ ଜୁନୋକୋଳି ଗ୍ରାମ ପ୍ରଦର୍ଶନ କରିଛନ୍ତି । ବର୍ଷା ଗାଁକୁ ଯାଇ ମହିଳାମାନଙ୍କୁ ଭେଟିବା ସହ ସେମାନଙ୍କୁ ସାନିଟାରୀ ନାପକିନ କିଟ ବଣ୍ଟନ କରି ମାସିକ ଋତସ୍ରାବର ସ୍ୱଚ୍ଛତା ବିଷୟକରେ ଅବଗତ କରାଇଛନ୍ତି ।
କୋଭିଡ-୧୯ ପ୍ରୋଟୋକଲଗୁଡ଼ିକୁ ଅନୁସରଣ କରି ବର୍ଷା ପ୍ରିୟଦର୍ଶନୀଙ୍କ ସମାଜ କଲ୍ୟାଣକାରୀ ସଂସ୍ଥା ଦ୍ୱାରା ଏହି ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା । ଏହିପରି ସଚେତନତା ଅଭିଯାନ ମହିଳାଙ୍କ ଋତୁସ୍ରାବର ସ୍ୱଚ୍ଛତା ବଜାୟ ରଖିବା ସହ ମହିଳାମାନେ ଗୁରୁତର ରୋଗରୁ ରକ୍ଷା ପାଇପାଇବାରେ ସହାୟକ ହେବ ।