ରଥଯାତ୍ରା ପାଇଁ ଶଙ୍ଖ, ଘଣ୍ଟ ବଜାଇ ଅନୁମତି ମାଗିଲେ ସହରବାସୀ

ବାରିପଦା : ବାରିପଦାରେ ଆଜି ସକାଳେ କିଛି ଲୋକ ଶଙ୍ଖ ଫୁଙ୍କି, ଘଣ୍ଟ ବଜାଇବା ସହ ହାତରେ ଫ୍ଲା କାର୍ଡ ଧରି ରଥଯାତ୍ରା କରିବା ଦାବିରେ ସହର ପରିକ୍ରମା କରିଥିଲେ । ବାରିପଦା ସହରବାସୀ ରାଜ୍ୟ ସରକାରୁଙ୍କୁ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଏହି ମାଧ୍ୟମରେ ନିବେଦନ କରିଥିଲେ । କିଛି ଦିନ ତଳେ ରାଜ୍ୟ ସରକାର ପରୀ ଛଡା ଅନ୍ୟ କୌଣସି ଜିଲ୍ଲାରେ ରଥଯାତ୍ରା ହେବ ନାହିଁ ବୋଲି ଘୋଷଣା କରିଥିଲେ । କିନ୍ତୁ ଏହାକୁ ବାରିପଦାବାସୀ ବିରୋଧ କରିଛନ୍ତି । ରାଜ୍ୟ ସରକାର ଅନୁମତି ଦେବା ପାଇଁ ନିବେଦନ ମଧ୍ୟ କରିଛନ୍ତି । ଏହି ଦାବିରେ ବାରିପଦାର ବିଭିନ୍ନ ସଂଗଠନ ଓ ସମ୍ପ୍ରଦାୟର ଲୋକମାନେ ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ର ହୋଇଥିଲେ । ଶଙ୍ଖ ଫୁଙ୍କି ଓ ଘଣ୍ଟ ବଜାଇ ବିଶାଳ ଶୋଭାଯାତ୍ରାରେ ବାରିପଦା ସହର ପରିକ୍ରମା କରିବା ସହ ମାଉସୀ ମା ମନ୍ଦିର ଯାଏଁ ଯାଇଥିଲେ । ଏଥିରେ ଶହ ଶହ ଲୋକ ସାମିଲ ହୋଇ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାରଙ୍କ ନିବେଦନ କରିଛନ୍ତି ।