ଭିଜିଲାନ୍ସ ଜାଲରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ , ଚାଲିଛି ୬ଟି ସ୍ଥାନରେ ଚଢାଉ

ବଲାଙ୍ଗୀର : ଆୟୁରର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ରେଡ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲର ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ପୁରୀ ଜିଲ୍ଲାରେ ଥିବା ତାଙ୍କର ୪ଟି ଘରେ ଭିଜିଲାନ୍ସ ଟିମର ଚଢାଉ ଚାଲିଥିବା ବେଳେ ସମ୍ବଲପୁର ସ୍ଥିତ ସୁଦର୍ଶନ ପତ୍ନୀଙ୍କ କ୍ୱାର୍ଟର୍ସ, ବଲାଙ୍ଗିର ଅଫିସ୍‌ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି। ଏହି ଚଢାଉରେ ୮ ଡିଏସପି ଓ ୬ ଇନିସପେକ୍ଟର ସାମିଲ ଅଛନ୍ତି।