କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର

ମୁମ୍ବାଇ : ପାକିସ୍ତାନ କ୍ରିକେଟ ଟିମର କ୍ୟାପଟେନ୍ ବାବର ଆଜମ ଜଣେ ଭଲ ବ୍ୟାଟର ଭାବେ ପରିଚୟ ସୃଷ୍ଟି କରିଛନ୍ତି । ପାକ୍ର ବିରାଟ କୋହଲି କୁହାଯାଉଥିବା ୨୭ବର୍ଷୀୟ ବାବର ଆଜମ ଏକଦିବସୀୟ ମ୍ୟାଚରେ ଦୃତ ଏକହଜାର ରନ କରିବାରେ ସଫଳ ହୋଇଛନ୍ତି । ଯାଫଳରେ ସେ ଭାରତର ପୂର୍ବତନ କ୍ୟାପଟେନ ବିରାଟ କୋହଲିଙ୍କୁ ପଛରେ ପକାଇ ଏହି ରେକର୍ଡ ସୃଷ୍ଟି କରିଛନ୍ତି ।

ଗତ ବୁଧବାର ରାତିରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ବାବର ୧୦୩ ରନର ଶତକୀୟ ଇନିଂସ ଖେଳି କ୍ୟାରିୟରର ୧୭ତମ ଶତକ ହାସଲ କରିଛନ୍ତି । ଏହି ଶତକୀୟ ଇନିଂସ ବଳରେ ପାକିସ୍ତାନ ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ମ୍ୟାଚରେ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ଓପନର ସାଇ ହୋପଙ୍କ ଶତକ ବଳରେ ୩୦୫ ରନ୍ କରିଥିଲା । ମାତ୍ର ପାକିସ୍ତାନ ଦୃଢ଼ ଜବାବ ଦେଇ ମାତ୍ର ୪ଟି ବଲ ବାକି ଥାଇ ୩୦୬ ରନ କରି ବିଜୟ ଲାଭ କରିଥିଲା ।