ସୁସ୍ଥ ରହିବାକୁ ଚାହୁଁଥିଲେ ଓଜନ ଉପରେ ଧ୍ୟନ ଦିଅନ୍ତୁ । ଓଜନ ବଢିଲେ ଅନେକ ପ୍ରକାର ସମସ୍ୟା ଦେଖାଜାଏ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଫିଟ୍ ରହିବାକୁ ଚାହୁଁଛନ୍ତି । କିନ୍ତୁ ଫାଷ୍ଟଫୁଡ୍ ଖାଇ ଲୋକ ମୋଟା ହେଉଛନ୍ତି । ମୋଟାପା ଅଧିକ ହେଲେ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବେ ନାହିଁ । ଓଜନ କମ କରିବା ପାଇଁ ଜିମ୍ ମର୍ଣ୍ଣିୱାକ୍ କରନ୍ତି । ଓଜନ ବଢିବାକୁ କମ ସମୟ ଲାଗେ କିନ୍ତୁ କମାଇବାକୁ ବହୁି ପରିଶ୍ରମ କରିବାକୁ ପଡେ । ଲୋକ ବହୁ ପରିମାଣରେ ତେଲ ମସଲା ଓ ମଇଦା ଯୁକ୍ତ ଖାଦ୍ୟ ଖାଇ ଓଜନ ବୃଦ୍ଧି ପାଉଛି । ଓଜନ କମ କରିବାକୁ ଆସନ୍ତୁ ଜାଣିବା କଣ କରିବା କଣ ଖାଇବା ଆବଶ୍ୟକ
ଅଶ୍ବଗନ୍ଧା : ଅଶ୍ୱଗନ୍ଧା ମେଦବହୁଳତା ହ୍ରାସ କରିବା ପାଇଁ ଖୁବ୍ ପ୍ରଭାବଶାଳୀ । ଏହାକୁ ସେବନ କରିବା ଦ୍ଵାରା ମେଟାବୋଲିଜିମ ବୃଦ୍ଧି ପାଏ । ଅଶ୍ୱଗନ୍ଧାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ମେଟାବୋଲିଜିମକୁ ବଢାଇଥାଏ ।
ମେଥି : ମେଥି ଦାନା ସାଧାରଣତଃ ସମସ୍ତଙ୍କ ଘରେ ମିଳିଥାଏ । ମେଥି ଓଜନ ହ୍ରାସ କରିବା ପାଇଁ ପ୍ରଭାବଶାଳୀ । ଏହା ରକ୍ତ ଶର୍କରାକୁ ମଧ୍ୟ କମ କରି ଓଜନକୁ ହ୍ରାସ କରିଥାଏ ।