ଦିବ୍ୟାଙ୍ଗଙ୍କ ସମ୍ପତ୍ତି ସୁରକ୍ଷା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ଦିବ୍ୟାଙ୍ଗଙ୍କ ଜମି-ସମ୍ପତ୍ତି ସୁରକ୍ଷିତ ରଖିବେ ସରକାର ରାଜ୍ୟରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଜମି, ସମ୍ପତ୍ତି ଓ ପୈତୃକ ଉତ୍ତରାଧିକାର ଅଧିକାରର ସୁରକ୍ଷା ପାଇଁ ଓଡ଼ିଶା ସରକାର ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦିବ୍ୟାଙ୍ଗଙ୍କ ସମ୍ପତ୍ତି ହଡ଼ପ, ଜାଲିଆତି ଓ ଆର୍ଥିକ ଶୋଷଣ…
Read More...

ତିର୍ତ୍ତୋଲ ବ୍ଲକରେ ୩ କୋଟିରୁ ଅଧିକ ଟଙ୍କା ହେରଫେର, ଦୁଇ ପୂର୍ବତନ ସରକାରୀ କର୍ମଚାରୀ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟରେ ୩ କୋଟିରୁ ଅଧିକ ସରକାରୀ ଟଙ୍କା ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦୁଇଜଣ ପୂର୍ବତନ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟିର୍ତ୍ତୋଲ ବ୍ଲକର ପୂର୍ବତନ SRA ଭଞ୍ଜ କିଶୋର ବେହେରା ଏବଂ…
Read More...

ଭାରତ-ଆଫଗାନିସ୍ତାନ T20 ସିରିଜ୍‌ ପାଇଁ ଘୋଷଣା, ଦିଲ୍ଲୀରେ ହେବ ୩ଟି ମ୍ୟାଚ୍‌

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବ ତିନି ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍‌। BCCI ପକ୍ଷରୁ ସିରିଜ୍‌ର ତାରିଖ ଓ ଭେନ୍ୟୁ ଘୋଷଣା କରାଯାଇଛି। ଆସନ୍ତା ସେପ୍ଟେମ୍ବରରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ତିନୋଟି ଯାକ ମ୍ୟାଚ୍‌ ଖେଳାଯିବ। ସେପ୍ଟେମ୍ବର ୧୩, ୧୫ ଓ ୧୭ ତାରିଖରେ ଏହି ତିନିଟି…
Read More...

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି ଶ୍ରୀଲଙ୍କା। ଅଗଷ୍ଟ ୧୫ରୁ ଗଲ୍ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ। ଏହି ଟେଷ୍ଟ ପାଇଁ ଧନଞ୍ଜୟ ଡି ସିଲ୍ଭାଙ୍କୁ ଅଧିନାୟକ ଏବଂ କାମିନ୍ଦୁ ମେଣ୍ଡିସଙ୍କୁ ଉପଅଧିନାୟକ କରାଯାଇଛି। ଦୀର୍ଘ ୩ ବର୍ଷ ପରେ ଟେଷ୍ଟ…
Read More...

ସଞ୍ଜୀବଙ୍କୁ ବଦନାମ କରାଯାଉଛି କି? ଅଭିଯୋଗ ସତ ନା ଅଫିସରଙ୍କୁ ବଦନାମ କରିବାର ପ୍ରୟାସ?

ଅଫିସରଙ୍କୁ ରାଜନୈତିକ ରଙ୍ଗ କାହିଁକି? ସଞ୍ଜୀବଙ୍କୁ ବଦନାମ କରିବାକୁ ଲବି? ସଞ୍ଜୀବ ପଣ୍ଡାଙ୍କୁ ନେଇ ଉଠିଥିବା ଅଭିଯୋଗକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା । ଜଣେ ଅଫିସରଙ୍କୁ ନେଇ ରାଜନୈତିକ ଆକ୍ଷେପ କରାଯାଉଛି କି? ଅଫିସରଙ୍କ କାମ କ’ଣ? ସରକାର ଯେଉଁ ଦଳର ହେଉ, ସରକାରଙ୍କ ନିର୍ଦ୍ଦେଶ…
Read More...

ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ନାବାଳିକାଙ୍କୁ ଅପହରଣ କରି ଯାଜପୁରରେ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାର ୧୯ ଦିନ ପରେ ନାବାଳିକାଙ୍କୁ ଉଦ୍ଧାର କରିଛି ଇନ୍‌ଫୋସିଟି ଥାନା ପୋଲିସ। ଏହି ମାମଲାରେ ଅଭିଯୁକ୍ତ ନିରଞ୍ଜନ ମଲିକଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁସାରେ, ଭୁବନେଶ୍ୱରରୁ…
Read More...

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି , ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ବୁଧବାର ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି ସମ୍ପନ୍ନ ହେବ। ଏହି ଅବସରରେ ଶ୍ରୀମସ୍ତକରୁ ସୋଲ ଚିତା କଢ଼ାଯାଇ ମହାପ୍ରଭୁଙ୍କୁ ଅସଲ ରତ୍ନଚିତା ଲାଗି କରାଯିବ। ଏହି ସ୍ବତନ୍ତ୍ର ନୀତି ପାଇଁ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ…
Read More...

ଢେଙ୍କାନାଳରେ କୁକୁର ଆକ୍ରମଣରେ ହରିଣ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଏକତାଳି ଡ୍ୟାମ୍‌ ନିକଟରେ କୁକୁରଙ୍କ ଆକ୍ରମଣରେ ଏକ ହରିଣର ମୃତ୍ୟୁ ଘଟିଛି। ଆଜି ମଧ୍ୟାହ୍ନ ସମୟରେ ପାଣି ପିଇବା ପାଇଁ ହରିଣଟି ଡ୍ୟାମ୍‌ ନିକଟକୁ ଆସିଥିଲା। ଏହି ସମୟରେ କିଛି କୁକୁର ହରିଣଟିକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ…
Read More...

୨୦୨୭ ବିଶ୍ୱକପ୍‌ ଫର୍ମାଟ୍‌କୁ ନେଇ ବଡ଼ ବିବାଦ

୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେ ତେଜ ହୋଇଛି ବିବାଦ। ଆଇସିସି ପକ୍ଷରୁ ବିଶ୍ୱକପ୍‌ ଫର୍ମାଟ୍‌ରେ ପରିବର୍ତ୍ତନ କରାଯିବା ପରେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍କଟଲାଣ୍ଡ ଓ ନେଦରଲାଣ୍ଡ୍ସ। ବିଶ୍ୱକପ୍‌ ଭଳି ବଡ଼ ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପ୍ରକ୍ରିୟା ଚାଲିଥିବା ବେଳେ ହଠାତ୍‌…
Read More...

ତାମିଲନାଡୁରେ NEET ବିରୋଧୀ ପ୍ରସ୍ତାବ ପାରିତ, ମେଡିକାଲ୍‌ ଆଡମିସନ୍‌ ନେଇ ବଡ଼ ନିଷ୍ପତ୍ତି

ତାମିଲନାଡୁ ବିଧାନସଭାରେ NEET ପରୀକ୍ଷାକୁ ରାଜ୍ୟରୁ ହଟାଇବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟ ସରକାର ଦୀର୍ଘଦିନ ଧରି NEET ବିରୋଧରେ ନିଜ ଆଭିମୁଖ୍ୟ ରଖିଆସୁଥିବା ବେଳେ, ଏବେ ବିଧାନସଭାରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ କେ.ଜି. ଅରୁଣରାଜ…
Read More...