ଯବାନଙ୍କୁ ଗୁଳି ମାଡ଼ : କାରଣ ଅସ୍ପଷ୍ଟ

 (ପ୍ରିୟଦର୍ଶନୀ ସ୍ୱାଇଁ): ଗୁଳିକାଣ୍ଡରେ ଯବାନ ଗୁରୁତର । ସମ୍ବଲପୁର ଜିଲ୍ଲା ଯୁଜୁମରା ଗୂଳିକାଣ୍ଡ ଘଟଣାରେ ଜଣେ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ ଫୋର୍ସ ଯବାନ ଗୁରୁତର ଆହତ ହୋଛନ୍ତି । ଯୁଜୁମରାର ସିଆର୍ପିଏଫ୍ କ୍ୟାମ୍ପ ଭିତରେ ଏହି ଗୁଳିକାଣ୍ଡ ଘଟିଥିଲା। ଅପରାହ୍ନ ପ୍ରାୟ ୩ଟା ସମୟରେ କ୍ୟାମ୍ପ ଭିତରୁ ଗୁଳିଚାଳନା ଶବ୍ଦ ହୋଇଥିଲା। ତେବେ, ଏହି ଗୁଳିକାଣ୍ଡ କିଏ ଘଟାଇଛି କିମ୍ବା ଏହା ଏକ ମିସ୍ ଫ୍ୟାୟାରିଂ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଯବାନଙ୍କ ଦେହରେ ୩ଟି ଗୁଳି ବାଜିଥିବା ବେଳେ ଯବାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ହସ୍ପିଟାଲରେ କରାଯାଇଛି ।
c