ଭୁବନେଶ୍ୱର: ଭୁବନେଶ୍ବର କ୍ଲବ ସଭାପତି ନିର୍ବାଚିନ ହୋଇଛନ୍ତି ଅବସରପ୍ରାପ୍ତ ଆଇଏଏସ ତଥା ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁୁଡବ୍ଲୁସି) ର ବର୍ତ୍ତମାନର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ କ୍ରମାଗତ ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ରବିବାର ଅନୁଷ୍ଠିତ ନିର୍ବାଚନରେ ତ୍ରିପାଠୀ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ତାପେଶ ରୟଙ୍କୁ ୭୧୪ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେ ମୋଟ ୯୨୧ ଭୋଟ୍ ପାଇଥିବାବେଳେ ୨୦୭ ଭୋଟ୍ ରୟଙ୍କ ସପକ୍ଷରେ ଆସିଥିଲେ।
ଉପସଭାପତି ଭାବରେ ପ୍ରଗତି ମହାନ୍ତି, ଅଶୋକ କୁମାର ମିଶ୍ର ସମ୍ମାନିତ ସଚିବ ଭାବରେ ଏବଂ ପାର୍ଟଜେଟ ପଟ୍ଟନାୟକ ଯୁଗ୍ମ ସଚିବ ଭାବରେ ନିର୍ବାଚିତ ହୋଇଛନ୍ତି। ଦେବରାଜ ବିଶ୍ଵାଳ, ପି ଭି ମୋହନ, ମାନଶ ରଂଜନ ଦାଶ, ସଞ୍ଜୟ ଲାଥ, ପ୍ରଶାନ୍ତ ନାଥ ଏବଂ ଟୁଟୁଲ କିଶୋର ଦାସ ଆଦି କାର୍ୟ୍ୟନିର୍ବାହୀ କମିଟିର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି।