ଶ୍ରେଷ୍ଠ ଥାନା ଭାବେ ମନୋନୀତ ହୋଇଛି ଆସିକା ଥାନା ,ଆସନ୍ତା ୨୦ରେ ଥାନାକୁ ମିଳିବ ଟ୍ରଫି

ଭୁବନେଶ୍ୱର : ଶ୍ରେଷ୍ଠ ଥାନା ଭାବେ ମନୋନୀତ ହୋଇଛି ଓଡିଶାର ଆସିକା ଥାନା | ଆସନ୍ତା ୨୦ ତାରିଖରେ ଦିଲ୍ଲୀରେ ଏକ ଉତ୍ସବରେ ଟ୍ରଫି ପ୍ରଦାନ କରାଯିବ । ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଟ୍ରଫି ଗ୍ରହଣ କରିବେ । ଦେଶର ଶ୍ରେଷ୍ଠ ୩ଟି ପୋଲିସ ଷ୍ଟେସନ ଭିତରେ ଆସିକା ଥାନା ଥିବାରୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ତେବେ ଆମେ କହିରଖୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ହୋଇଥିବା ସର୍ବଭାରତୀୟ ସର୍ଭେରେ ଓଡ଼ିଶାର ଆସିକା ଥାନା ପ୍ରଥମ ସ୍ଥାନ ଅଧିକାର କରିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ଏକ ଟିମ ସାରା ଭାରତ ବର୍ଷର ପ୍ରତ୍ୟେକ ଥାନା ଗସ୍ତ କରି ଏହି ସର୍ଭେ କରିଥିଲେ  । ଅପରାଧ ହ୍ରାସ, ଆଇନ ଶୃଙ୍ଖଳାକୁ ବ୍ୟବସ୍ଥିତ କରିଥିବାରୁ ଆସିକା ଥାନା ଦେଶରେ ଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଥିଲା  । ଯଦିଓ ଚୟନ ନେଇ ପୂର୍ବରୁ ଘୋଷଣା କରାଯାଇଥିଲା କିନ୍ତୁ ଆସନ୍ତା ୨୦ ତାରିଖରେ ପୁରସ୍କାର ପ୍ରଦାନ କରାଯିବ  । ୨୦୨୨ ବର୍ଷ ନିମନ୍ତେ ଆସିକା ଥାନାକୁ ଦେଶର ଶ୍ରେଷ୍ଠ ଥାନା ଭାବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି ।