(ମୁମ୍ବାଇ) : ଆର୍ଯ୍ୟନ ଖାନଙ୍କ ସମେତ ୫ ଅଭିଯୁକ୍ତଙ୍କର କୋଭିଡ ରିପୋର୍ଟ ନେଗେଟିଭ୍ ଆସିଛି। ଆର୍ଥର ରୋଡ ସେଣ୍ଟ୍ରାଲ ଜେଲରେ ରହୁଥିବା ଆର୍ଯ୍ୟନ ଖାନ ଏବଂ ଅନ୍ୟ କଏଦୀମାନଙ୍କୁ ଆଜି କ୍ୱାରେଣ୍ଟାଇନ୍ ବ୍ୟାରେକରୁ ବାହାର କରି ସାଧାରଣ କଏଦୀଙ୍କ ମଧ୍ୟରେ ସ୍ଥାନାନ୍ତର କରାଯାଇଛି। ସମସ୍ତ କଏଦୀଙ୍କୁ ଘରର ପୋଷାକ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି।
Mumbai: Aryan Khan and 5 others shifted to the common cell from quarantine barrack in the jail after their Covid report came negative, says Nitin Waychal
superintendent of Arthur Road Jail— ANI (@ANI) October 14, 2021
ସୂଚନାନୁଯାୟୀ , ଆର୍ଥର ରୋଡ ସେଣ୍ଟ୍ରାଲ ଜେଲର ଅଧୀକ୍ଷକ କହିଛନ୍ତି, ‘ସେମାନଙ୍କୁ ବାହାରୁ କିମ୍ବା ଘର ଖାଦ୍ୟ ଯୋଗାଇବାକୁ ଅନୁମତି ଦିଆଯାଇ ନାହିଁ, ତେଣୁ ଆର୍ଯ୍ୟନ୍ ଖାନ ଏବଂ ଅନ୍ୟ ଅଭିଯୁକ୍ତମାନେ ଜେଲର ଖାଦ୍ୟ ଖାଉଛନ୍ତି। ଆର୍ଯ୍ୟନ୍ କୁପନ୍ ରୁ ଜେଲ୍ କ୍ୟାଣ୍ଟିନରୁ ବିସ୍କୁଟ, ସ୍ନାକ୍ସ, ପାଣି ବୋତଲ ନେଇଛନ୍ତି। ଅନ୍ୟ ବନ୍ଦୀମାନଙ୍କ ପରି ଆର୍ଯ୍ୟନ୍ ଖାନ୍ ଏବଂ ଅଭିଯୁକ୍ତଙ୍କୁ କମ୍ବଳ ଏବଂ ଚାଦର ଦିଆଯାଇଛି।