ପୱନଦୀପଙ୍କ ଭଉଣୀ ବିବାହରେ ପ୍ରମୁଖ ଭୂମିକା ନେଲେ ଅରୁଣିତା
ହାତକୁ ଦି ହାତ ହେଲେ ଇଣ୍ଡିଆନ ଆଇଡଲ ୧୨ର ବିଜେତା ପୱନଦୀପ ରାଜନଙ୍କ ଭଉଣୀ ।
(ମୁମ୍ବାଇ) : ହାତକୁ ଦି ହାତ ହେଲେ ଇଣ୍ଡିଆନ ଆଇଡଲ ୧୨ର ବିଜେତା ପୱନଦୀପ ରାଜନଙ୍କ ଭଉଣୀ । ପୱନଦୀପଙ୍କର ଭଉଣୀ ଚାନ୍ଦନୀଙ୍କର ବିବାହ ଉତ୍ତରାଖଣ୍ଡରେ ହେଉଥିଲା । ଅରୁଣିତା ସେଠାରେ ପହଞ୍ଚି ବିବାହର ସବୁ ରୀତିନୀତିରେ ଯୋଗ ଦେଇଥିଲେ। ସେ କନ୍ୟା ସହ ସବୁ ସ୍ଥାନରେ ପ୍ରମୁଖ ଭାବେ ନଜର ଆସିଛନ୍ତି । ହଳଦୀ ନୀତି ବେଳେ ପୱନଦୀପଙ୍କ ଭଉଣୀ ଅରୁଣିତାଙ୍କୁ ବି ହଳଦୀ ଲଗାଇଥିଲେ ଏବଂ ସାଥିରେ ପୋଜ୍ ଦେଇଥିଲେ । ଯାହାର ଫୋଟୋ ଭାଇରଲ ହେବାରେ ଲାଗିଛି ।
ସୂଚନାନୁଯାୟୀ , ସଙ୍ଗୀତ ସେରେମନିରେ ପୱନଦୀପ ପରଫର୍ମ କରିଥିଲେ , ଆଉ ଏହି ସମୟରେ ଅରୁଣିତା ବି ତାଙ୍କ ସହ ଥିଲେ । ବିବାହର ଫଙ୍କସନର ଭିଡ଼ିଓ ତାଙ୍କର ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି । ଅରୁଣିତା ବିବାହର ରୀତିନୀତିରେ ପରିବାର ସଦସ୍ୟ ପରି ଅଂଶ ଗ୍ରହଣ କରିଥିଲେ ।