ଆଜିଠୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ବର : ଆଜିଠାରୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷରେ ସ୍ନାତକ(+୩) ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ମେ’ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ, ୨୧ ଓ ୨୨ ତାରିଖରେ ସଂଶୋଧନ କରିପରିବେ। +୨ ପରୀକ୍ଷା ଦେଇଥିବା ପିଲାମାନେ ପରୀକ୍ଷାଫଳ ପ୍ରକାଶ ପାଇବାର ୧୦ଦିନ ମଧ୍ୟରେ ସେମାନଙ୍କ ମାର୍କ ଅପଡେଟ୍‌ କରିବେ ବୋଲି କୁହାଯାଇଛି।

 ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପାଠ ପଢ଼ାଯିବ। ନାମଲେଖା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ପ୍ରକାଶ ପାଇଛି। ଆଜିଠାରୁ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଅପରାହ୍ଣ ୪ଟାରୁ ନାମଲେଖା ପାଇଁ ସାମ୍ସ ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ।