ଚିକିତ୍ସା ଉପକରଣ ଯୋଗାଇବା ପାଇଁ “ପ୍ରୋଜେକ୍ଟ ହିଲ ଇଣ୍ଡିଆ” ଆରମ୍ଭ କଲେ ଅନୁପମ ଖେର
ଏହା ମାଧ୍ୟମରେ ସେ ଭାରତର ପ୍ରତ୍ୟେକ କୋଣକୁ ମାଗଣାରେ ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ସେବା ଯୋଗାଇବାରେ ସାହାଯ୍ୟ କରିବେ ।
(ମୁମ୍ବାଇ) : ଦେଶରେ କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସୋନୁ ସୁଦ, ଅକ୍ଷୟ କୁମାର, ଟ୍ୱିଙ୍କଲ ଖାନ୍ନା, ସଲମାନ ଖାନ, ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ପରେ ଅଭିନେତା ଅନୁପମ ଖେର ଏବେ ସାହାଯ୍ୟର ହାତ ବଢ଼ାଇଛନ୍ତି । ତେବେ କରୋନା ମହାମାରୀର ମୁକାବିଲା ପାଇଁ ଚିକିତ୍ସା ଉପକରଣ ଯୋଗାଇବା ପାଇଁ ଅନୁପମ ଖେର ‘ପ୍ରୋଜେକ୍ଟ ହିଲ ଇଣ୍ଡିଆ’ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ସେ ଭାରତର ପ୍ରତ୍ୟେକ କୋଣକୁ ମାଗଣାରେ ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ସେବା ଯୋଗାଇବାରେ ସାହାଯ୍ୟ କରିବେ ।
In our pursuit to do our duties as the citizens of our country @anupamcares is humbled to associate with @ashtewarimd & @bharatforgeltd. We are sending #OxygenConcentrators & #Ventilators to hospitals! Write at [email protected] for any assistance! 🙏🌺🙏 pic.twitter.com/cf60UUEn3j
— Anupam Kher (@AnupamPKher) May 11, 2021
ଅନୁପମ ଖେର ଏକ ଟୁଇଟରେ ଏହି ସୂଚନା ଦେଇଛନ୍ତି। ସେ ନିଜ ଟ୍ୱିଟରେ କିଛି ଟ୍ରକର ଏକ ଭିଡିଓ ସେୟାର କରିଛନ୍ତି ଯାହା ଚିକିତ୍ସା ଉପକରଣରେ ପରିପୂର୍ଣ୍ଣ ଥିବା ଦେଖାଯାଉଛି । ଅନୁପମ ଖେର ତାଙ୍କ ଟ୍ୱିଟରେ କହିଛନ୍ତି ଯେ ଆମେରିକାର ‘ଗ୍ଲୋବାଲ କ୍ୟାନସର ଫାଉଣ୍ଡେସନ’ ଏବଂ ‘ଭାରତ ଫୋର୍ଜ’ ସହଯୋଗରେ ଏହି କାର୍ଯ୍ୟ କରାଯାଉଛି। ଏହାଦ୍ୱାରା ଡାକ୍ତରଖାନା ଏବଂ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଭେଣ୍ଟିଲେଟର, ବ୍ୟାଗପ୍ୟାକ୍ ଅକ୍ସିଜେନ୍ ମେସିନ୍, ଟ୍ରନ୍ସପୋର୍ଟ ଭେଣ୍ଟିଲେଟର ଏବଂ ସମସ୍ତ ଜୀବନ ରକ୍ଷାକାରୀ ସାମଗ୍ରୀ ମାଗଣାରେ ଡେଲିଭରୀ ହେବା ଆରମ୍ଭ ହୋଇଯାଇଛି ।