ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

(ରିିପୋଟର୍ସ ଟୁଡେ) ; ପୁଣି ସାମ୍ନାକୁୁ ଆସିଲା ଆଉ ଏକ ଲଜ୍ଜ୍ୟା ଜନକ ଘଟଣା । ଜଣେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ ପୁଲିିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ ଗିରଫ କରାଯାଇଥିବା ଅଭିଯୁକ୍ତ ଜଣକ ହେଲେ କଲିଙ୍ଗ ଗ୍ରାମର ବିନୟ ଛାଟିଆ । ତେବେ ଘଟଣା ଟି ହେଉଛି ଏମିତି ଗତ ୧୨ ତାରିଖ ସଂଧ୍ୟା ୮ ଟା ସମୟରେ ନାବାଳିକା ଜଣକ ପରିସ୍ରା କରିବାକୁ ବାହାରକୁୁ ଆସିଥିଲେ ସେହି ସମୟରେ ବିନୟ ନାବାଳିକାକୁ ଜଙ୍ଗଲ ଭିତରକୁ ଟେକିନେଇ ଦୁଷ୍କର୍ମ କରିଥିଲା । ଏବଂ ଘଟନା ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଫଳରେ ନାବାଳିକା ଜଣକ ଭୟରେ କାହକୁୁ କିଛୀ କହିନଥିଲେ । ପରିବାର ଲୋକେ ପରେ ଜାଣିବା ପରେ ଏ ନେଇ ୧୪ ତାରିଖ ଦିନ ବ୍ରାହ୍ମଣି ଗାଁ ଥାନାରେ ଏତଲା ଦେବା ପରେ ପୁଲିିସ ଅଭିଯୋଗ କୁ ଭିତି କରି ୫୦/୨୧ରେ ଏକ ମାମଲା ରୁଜ୍ଜୁ କରିଥିଲେ । ଏବଂ ଅଭିଯୁକ୍ତକୁ ଗିରଫ କରି ପୋକ୍ସୋ ଆକ୍ଟ ଅନୁଯାୟୀ ବୁଧବାର ଦିନ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଦଶରଥ ହେମ୍ବ୍ରମ୍ ପ୍ରକାଶ କରିଛନ୍ତି।