ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ସଂକ୍ରମିତ । ଗୁରୁବାର ରାତିରେ ସେ ଇନ୍ଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି। ଆଲିଆ ଇନଷ୍ଟାରେ ଉଲ୍ଲେଖ କରିଛନ୍ତି କି, ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ସେ ଏକାନ୍ତବାସରେ । ସେ ଡାକ୍ତରଙ୍କ ପରାମର୍ଶ ମାନି ସମସ୍ତ ସୁରକ୍ଷିତ ପଦକ୍ଷେପ ଆପଣାଇଛନ୍ତି । ଏଥିସହ ସେ ଫ୍ୟାନମାନଙ୍କୁ ସେମାନଙ୍କ ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି ।
ଆଲିଆ ଏବେ ମୁମ୍ବାଇରେ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡ଼ି’ର ଶୁଟିଂରେ କରିଥିଲେ । ମାର୍ଚ୍ଚ ମ।।ସରେ ନିର୍ଦ୍ଦେଶକ ସଞ୍ଜୟ ଭଂଶାଲୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ରଣବୀର କପୁର ମଧ୍ୟ ସଂକ୍ରମିତ ହୋଇଥିଲେ । ଏବେ ଆଲିଆ ସଂକ୍ରମିତ ହୋଇଛନ୍ତି । ଗତ ମାସରେ ଆମୀର ଖାନ୍, ଆର୍ ମାଧବନ, କାର୍ତ୍ତିକ ଆର୍ୟ୍ୟନ, ପରେଶ ରାୱଲ ଓ ସତୀଶ କୌଶକ ପ୍ରମୁଖ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।