ସବୁ ବାରଣ ବେକାର, ଫୁଟିଲା ବାଣ, ପୁଣି ବଢିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବାରଣ ସତ୍ତେ୍ୱ ରାଜାଧାନୀବାସୀ ଜମିକି ଫୁଟାଇଲେ ବାଣ । ଯାହାର ପରିଣାମ ଆଜି ସକାଳୁ ଦିଲ୍ଲୀ ତଥ।। ଆଖପାଖ ଅଞ୍ଚଳର ବାୟୁର ମାନ ହ୍ରାସରୁ ଜଣାପଡିଛି । ଦିଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି । ବାୟୁର ଗୁଣବତ୍ତା ଖସି ଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ ଅନୁଯାୟୀ, ଦିଲ୍ଲୀରେ ବାୟୁର ମାନ ୬୫୫ ଇଣ୍ଡେକ୍ସ ତଳକୁ ଖସିଯାଇଛି । ଶୁକ୍ରବାର ସକାଳେ ଜନପଥରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ସ୍ତର ୬୫୫.୦୭ ରହିଛି। ଘନ କୁହୁଡ଼ି ଯୋଗୁ ଆଖିରୁ ପାଣି ବାହାରିବା ସହ କାଶ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି।
ଗତକିଛି ବର୍ଷ ହେବ ଦିଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳର ବାୟୁ ପ୍ରଦୂଷଣ ଚିନ୍ତାର କାରଣ ହୋଇଛି । ମୁଖ୍ୟତଃ ଦିବାବଳିରେ ବାଣ୍ ଫୁଟାଇବା ଓ ହରିଆଣା ତଥା ପଞ୍ଜାବରେ ନଡା ଜାଳିବାକୁ ଦାୟୀ କରାଯାଇଥିଲା । ଏହି ସମସ୍ୟାକୁ ନେଇ ସୁପ୍ରିମକୋର୍ଟ ନଡା ଜାଳିବା ଓ ବାଣ ଫୁଟ।।ଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଦିଲ୍ଲୀ ସରକାର ମଧ୍ୟ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇ ଥିଲେ। ହେଲେ ଗତକାଲି ଦିଲ୍ଲୀରେ ବିପୁଳ ପରିମାଣର ବାଣ ଫୁଟାଯାଇଛି । ଫଳରେ ବାୟୁ ପ୍ରଦୂଷଣ ୨୫% ବୃଦ୍ଧି ପାଇଛି ।