୩୦ଟି ଜିଲ୍ଲାରୁ ୧୨ ହଜାର ୩୯୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ
ସେମାନଙ୍କ ମଧ୍ୟରୁ ୬୯୩୮ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୫୪୫୨ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି।
(ଭୁବନେଶ୍ୱର) : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ସଂଖ୍ୟାରେ ହ୍ରାସ ପାଉନି । ରାଜ୍ୟରେ ପୁଣି ୧୨ ହଜାର ଟପିଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୨ ହଜାର ୩୯୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୯୩୮ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୫୪୫୨ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୮୮ ହଜାର ୬୮୭ ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ :-
6. Boudh: 228
7. Cuttack: 719
8. Deogarh: 108
9. Dhenkanal: 174
10. Gajapati: 115
11. Ganjam: 387
12. Jagatsinghpur: 259
13. Jajpur: 436
14. Jharsuguda: 413
15. Kalahandi: 210
16. Kandhamal: 102
17. Kendrapada: 137
18. Keonjhar: 208
19. Khurda: 2201
20. Koraput: 246— I & PR Department, Odisha (@IPR_Odisha) May 14, 2021