ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପୁଣି ପଛକୁ ଫେରିଛି ବିମାନ

ନୂଆଦିଲ୍ଲୀ: ପଛକୁ ଫେରିଲା ଏୟାରଇଣ୍ଡିଆ ବିମାନ । ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆର ଏକ ଯାତ୍ରୀବାହି ବିମାନ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପୁଣି ପଛକୁ ଫେରି ଆସିଛି ବିମାନ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ପଛକୁ ଫେରିଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଦିଲ୍ଲୀ-ଲଣ୍ଡନ ଏଆଇ୦୧୧୧ ବିମାନ ଗୁରୁବାର ସକାଳ ୭ଟା ୧୫ ମିନିଟରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ଛାଡ଼ିଥିଲା । ଏହାର ୩୦ ମିନିଟ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ପୁଣି ଦିଲ୍ଲୀ ଫେରିଆସିଥିଲା । ବିମାନଟି ପାକିସ୍ତାନ ବାୟୁସୀମାରେ ଥିବାବେଳେ ପଛକୁ ଫେରିଥିଲା । ଦିଲ୍ଲୀରେ ଏହା ୯ଟା ୩୦ ମିନିଟରେ ଓହ୍ଲାଇଥିଲା ।