ଭୁବନେଶ୍ବର: ଆନ୍ଦୋଳନରୁ ଓହରିଲେ ‘ଆମ ବସ୍’ ଡ୍ରାଇଭର । ଦରମା ମିଳିବା ନେଇ ‘CRUT’ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ । ସୂଚନାଥାଉକି, ଆଜି ପୋଖରୀପୁଟ ଡିପୋର ୪୩ଟି ବସ ବନ୍ଦ ରହିଥିଲା । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଥିଲେ ଆମ ବସ୍ ଡ୍ରାଇଭର ।

ସୂଚନା ଅନୁସାରେ, ଆଜି ସକାଳୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ବସିଥିଲେ ‘ଆମ ବସ୍’ ଡ୍ରାଇଭର । ୪୨ ଦିନ ହେବ ଦରମା ମିଳି ନଥିବାରୁ ଆନ୍ଦୋଳନ କରିଥିଲେ ଡ୍ରାଇଭର। ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ଅଟକି ରହିଥିଲା ୪୩ଟି ବସ୍ । ଓଭର ଡ୍ୟୁଟି ଚାପ, ESI ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ନେଇ ହୋଇଥିଲା ଅଭିଯୋଗ । ସାମାଜିକ ସୁରକ୍ଷା ବିନା ଗାଡ଼ି ଚଳାଉଛନ୍ତି ଆମ ବସ ଚାଳକମାନେ । ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନାହାଁନ୍ତି । ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା। କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ । ତିନିଦିନ ହେବ ଚକା ଟ୍ରାନ୍ସପୋର୍ଟ ପକ୍ଷରୁ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି। ଏମିତିକି ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ, ଇଏସଆଇ ମିଳୁନାହିଁ, କ୍ରୁଟ୍ ଦେଉଥିବା ଦରମା ମଧ୍ୟ ପାଉନଥିବା ଅଭିଯୋଗ କରିଥିଲେ କର୍ମଚାରୀ ।