କଳାହାଣ୍ଡି (ଜନକ ପୋଡ଼) : ଯୁବ ସାମ୍ବାଦିକ କ୍ଷୀରୋଦ ମଙ୍ଗରାଜଙ୍କ ଅକାଳ ବିୟୋଗରେ କଳାହାଣ୍ଡି ସାମ୍ବାଦିକ ସମୁହଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି ସଭାର ଆୟୋଜକ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ, କଳାହାଣ୍ଡି ସାମ୍ବାଦିକର ଭୀଷ୍ମ ପିତାମହ ତଥା ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ବରିଷ୍ଠ ସାମ୍ବାଦିକ ନାରାୟଣ ନାୟକ, ସମାଜ ସେବକ ରୂପ କେଶରୀ ଦଳାଇ ପ୍ରମୁଖ ମଞ୍ଚାସୀନ ହୋଇ ସ୍ବର୍ଗତ କ୍ଷୀରୋଦ ମଙ୍ଗରାଜଙ୍କ ସ୍ମୁତି ଚାରଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସାରଦା ପ୍ରସାଦ ମହାନ୍ତି, ସାମ୍ବାଦିକ ସନ୍ତୋଷ ପ୍ରଧାନ, ଅମୀୟ କୁମାର ସାହୁ, ମଧୁସୂଦନ ମହାପାତ୍ର, ବିକାଶ ଷଡ଼ଙ୍ଗୀ, ନୀଳମଣି ମଙ୍ଗରାଜ, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ବିରଞ୍ଚି ଯୋଶୀ, ରମେଶ ଅଗ୍ରୱାଲ,ଛାୟାକାନ୍ତ ନାଏକ, ଜଗନ୍ନାଥ ନାଏକ, ରାଜେନ୍ଦ୍ର ମିଶ୍ର, ସଞ୍ଜୟ ସିଂହ, ଚିନି କ୍ରିଷ୍ଣା ଆଚାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଦେବା ସହ ସ୍ମୃତୀ ଚାରଣ କରିଥିଲେ ।