ଗଞ୍ଜାମ/ ରଜନୀକାନ୍ତ ପାତ୍ର : ହିଞ୍ଜିଳି ନିର୍ବାଚନମଣ୍ଡଳୀର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ବ୍ଲକ୍ ସମ୍ମିଳନୀ କକ୍ଷ ପରିସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପଞ୍ଚାୟତ ର ଉନ୍ନତିକରଣ ସହିତ ପରିମଳ, ଆବର୍ଜନା ସଂଗ୍ରହ, ସ୍ବଚ୍ଛ ସର୍ବେକ୍ଷଣ, ସ୍ମାର୍ଟ ପାର୍କ ଆଦି ଉପରେ ଆଲୋଚନା ହୋଇଛି ।ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ଗୁରୁତ୍ବ ଆରୋପ କରି ବୈଠକରେ ଜିଲ୍ଲାପାଳ ଆଲୋଚନା କରି କହିଛନ୍ତି ଯେ, ପ୍ରତି ଘରକୁ ଘର ଯାଇ ଅଳିଆ ଉଠା ଯାନ ଦ୍ୱାରା ଆବର୍ଜନା ସଂଗ୍ରହ କରନ୍ତୁ ।
ବଳକା ଖାଦ୍ୟ, ପନିପରିବା ଚୋପା ଆଦି ଓଦା ଆବର୍ଜନା ପାଇଁ ସବୁଜ ଡଷ୍ଟବିନ୍ ଓ ଶୁଖିଲା ଆବର୍ଜନା ପାଇଁ ନୀଳ ଡଷ୍ଟବିନ୍ ସମସ୍ତେ ଯେପରି ବ୍ୟବହାର କରିବେ ସେଥିପ୍ରତି ଜନସାଧାରଣଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଶୁଖିଲା ବର୍ଯ୍ୟବସ୍ତୁ ଓ ଓଦାଳିଆ ବର୍ଯ୍ୟବସ୍ତୁ ସଂଗ୍ରହ ଉପରେ ଗୁରୁତ୍ବ ଦେଇଛନ୍ତି ।
ଜିଲ୍ଲାପାଳ ପରିମଳ ଉପରେ ଗୁରୁତ୍ବାରୋପ କରି କହିଥିଲେ ଯେ, ସମସ୍ତ ଜନ ସାଧାରଣ ସେମାନଙ୍କ ଘରପାଖ ଅଞ୍ଚଳ, ରାସ୍ତାଘାଟ, ପାର୍କ, ଦୋକାନ ବଜାର ଅଞ୍ଚଳ, ନାଳ ଓ ନର୍ଦ୍ଦମା, ସାଧାରଣ ସ୍ଥାନ ସଫା ସୁତୁରା ରଖି ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ପାଇଁ ସହଯୋଗ କରିବା ଉଚିତ୍ ବୋଲି କହିଛନ୍ତି । ସପ୍ତାହରେ ଥରେ ଶୌଚାଳୟ ସଫାସୁତୁରା କାର୍ଯ୍ୟ ତଦାରଖ କରିବାକୁ କହିଥିଲେ । ବୈଠକରେ ଜିଲ୍ଲାପାଳଙ୍କ ସମେତ ଏଡିମ ପ୍ରିୟରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ