ଅନେକ ସମୟରେ କୁମ୍ଭୀର ଆକ୍ରମଣର ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହି କୁମ୍ଭୀର ଆକ୍ରମଣରେ ଅନେକଙ୍କ ଜୀବନ ଯାଇଛି । ଯେଉଁଥିପାଇଁ ଲୋକେ ଭୟଭୀତ ରହୁଛନ୍ତି । କେତେବେଳେ ଘର ଭିତରୁ ସିମେଣ୍ଟ ଫଟାଇ କୁମ୍ଭୀର ବାହାରୁଚି ତ କେତେବେଳେ ନଦୀପଠା ଅଞ୍ଚଳରେ ଆତଙ୍କ ଖେଳାଉଛି । ତେବେ ନିକଟରେ ଏକ ଟୁଇଟର ଫଟୋ ବେସ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ ଏକ ବିଶାଳ କୁମ୍ଭୀର କୁ ଦେଖିବାକୁ ମିଳୁଛି । ଯାହା ଅତି ଭୟଙ୍କର ଦେଖାଯାଉଛି ।
ତେବେ ଏହି ବିଶାଳ କୁମ୍ଭୀରକୁ ମିସିସିପିର କୁମ୍ଭୀର ଶିକାରମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା କୁମ୍ଭୀର ୧୪ଫୁଟ ଅର୍ଥାତ ୪.୩ ମିଟରରୁ ଅଧିକ ଏବଂ ଓଜନ ୩୪୫କିଲୋ ରହିଥିବା କୁହାଯାଉଛି। ଏହି କୁମ୍ଭୀରକୁ ଦେଖିବା ପାଇଁ ଘଟଣା ସ୍ଥଳରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ତେବେ ଜୀବ ବୈଜ୍ଞାନିକଙ୍କ କହିବାନୁସାରେ, ସାଧାରଣତଃ ପୁରୁଷ କୁମ୍ଭୀରଙ୍କ ଲମ୍ବ ଖୁବ୍ ଅଧିକ ରହିଥାଏ।