ଟ୍ରାକଟର ଓଲଟି ଜଣେ ମୃତ
ଟିଟିଲାଗଡ଼ ମୁନସିପାଲିଟି ୱାର୍ଡ ନମ୍ବର ୧୪ ରେ ଥିବା ଗୋଶାଳା ନିକଟରେ ବାଲି ବୋଝେଇ ଟ୍ରାକଟର ଓଲଟି ଜଣ କର ମୃତ୍ୟୁ ଘଟିଛି
ଟିଟିଲାଗଡ଼ : ଟ୍ରାକଟର ଓଲଟି ଜଣେ ମୃତ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଗତ କାଲି ସନ୍ଧ୍ୟା ୮ ଘଣ୍ଟା ସମୟରେ ଟିଟିଲାଗଡ଼ ମୁନସିପାଲିଟି ୱାର୍ଡ ନମ୍ବର ୧୪ ରେ ଥିବା ଗୋଶାଳା ନିକଟରେ ବାଲି ବୋଝେଇ ଟ୍ରାକଟର ଓଲଟି ଜଣ କର ମୃତ୍ୟୁ ଘଟିଛି । ମୃତକ ଜଣକ ନାରେନ ଗ୍ରାମର ଟଙ୍କ ଖର୍ସେଲ ବୋଲି ଜଣା ପଡିଛି । ଗାଡି ଟି କେଉଁ କାରଣରୁ ଓଲଟିଲା ତାର ପ୍ରକୃତ କାରଣ ଏ ଯାଏ ଜଣା ପଡି ନାହି । ଖବର ପାଇ ଟିଟିଲାଗଡ଼ ପୋଲିସ ଓ ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଟିଟିଲାଗଡ଼ ଡାକ୍ତରଖାନା କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ଟିଟିଲାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।