ରେଙ୍ଗାଲି ପଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ତରଫରୁ କମ୍ପାନୀ ଚେୟାରମ୍ଯାନ ଓ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବ୍ରିଜ ଭୂଷଣ ଅଗ୍ରୱାଲ ଙ୍କ ଜନ୍ମଦିନ ଖୁବ୍ ହର୍ଷୋଲ୍ଲାସର ସହ ପାଳନ କରାଯାଇଛି ।ଏହି ଅବସରରେ କମ୍ପାନୀ ପରିସରରେ ନିର୍ଦ୍ଦେଶକ ଶ୍ରୀ ଦେବକୁମାର ତିୱାରୀଙ୍କ ଦ୍ଵାରା କେକ କଟା ଯାଇ ଜନ୍ମଦିନ ପାଳନ କରାଯାଇଥିଲା ତା ସହ ନିକଟସ୍ଥ ନିଶାନଭଙ୍ଗା,ଚାରପଡା,କେଉଁଟଡିହି, ପଣ୍ଡଲୋଇ, ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କୁନିକୁନି ଛାତ୍ର ଛାତ୍ରୀଙ୍କ ଦ୍ଵାରା,କେଉଟଡିହି ସ୍ଥିତ ବୃଦ୍ଧାଶ୍ରମ,ଫୁଲଝରନ ସ୍ଥିତ ଅନାଥାଶ୍ରମ ର ଅନ୍ତେବାସୀଙ୍କ ଦ୍ଵାରା ଏବଂ ସ୍କିଲ ଡେଭେଲପମେଣ୍ଟ ସେଣ୍ଟର ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା କେକ କଟା ଯାଇଥିଲା । ଏହା ସହ କମ୍ପାନୀ ପରିସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ୭୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରରେ କମ୍ପାନୀ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ସୂର୍ଯ୍ୟକାନ୍ତ କାହାଳସିଂହ, ମାନବ ସମ୍ବଳ ବିଭାଗ ମୁଖ୍ୟ ଭୂପେନ୍ଦ୍ର ସିଂହ କୁଶୱାହ, ଶ୍ରୀ ବରିନ୍ଦର ବର୍ମା, ପ୍ରକାଶ କଠରକର ରକ୍ତ ଦାନ ଅନ୍ୟ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅପରାହ୍ନରେ ନିକଟସ୍ଥ ପଣ୍ଡଲୋଇ ଗ୍ରାମ ରେ ଚାରାରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଶ୍ରୀ ଦେବକୁମାର ତିୱାରୀ, ଶ୍ରୀ ସଂଜୀବ ମହାନ୍ତି, ଶ୍ରୀ ଗୋପାଳ ଶର୍ମା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ଆୟୋଜନ କରିବା ପାଇଁ ଶ୍ରୀ ଇନ୍ଦ୍ରଜିତ୍ ସିଂହ, ଧରଣୀଧର ନାଥ, ରାଜେଶ ତିୱାରୀ, ସରୋଜ ନାୟକ, ଅଶ୍ୱିନ ପଲ ପ୍ରମୁଖ ସହଯୋଗ କରିଥିଲେ।